ଗୋକର୍ଣ୍ଣପୁର କ୍ଵାରେନଣ୍ଟାଇନ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ…

ଗୋକର୍ଣ୍ଣପୁର (ସମୃଦ୍ଧ ଓଡିଶା) ଗୋକର୍ଣ୍ଣପୁର କ୍ଵାରେନଣ୍ଟାଇନ କେନ୍ଦ୍ରରେ ସୁରତରୁ ଫେରିଥିବା ୨୦୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ଅବ୍ୟବସ୍ଥା ଘେରରେ ରଖାଯାଇଛି ବୋଲି ଅଭିଯୋଗ ହୋଇଛି । ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଗୋକର୍ଣ୍ଣପୁର ଗ୍ରାମର ଶେଷ ମୁଣ୍ଡରେ ଥିବା ହାଇସ୍କୁଲ ଗୃହକୁ କ୍ଵାରେନଣ୍ଟାଇନ କେନ୍ଦ୍ର କରାଯାଇଛି । ସେଠାରେ ଶୌଚାଳୟ ବ୍ୟବହାର ନ ହୋଇ ପଡ଼ିରହିଛି । ୨୦୦ ଲୋକଙ୍କୁ ସେଠାରେ ରଖାଯାଇଥିବା ବେଳେ ସେମାନଙ୍କ ଗାଧୋଇବା, ଶୌଚ କରିବା ଆଦି କୌଣସି ବ୍ୟବସ୍ଥା ନ ଥିବା ବେଳେ ନିକଟରେ ଥିବା ଏକ ପୁରୁଣା ପୋଖରୀକୁ ଶୌଚ ଓ ଗାଧୋଇବା ପାଇଁ ଯିବାକୁ ପୋଲିସ ଅନୁମତି ଦେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପୁଣି ଦିନ ୧୦ଟାରେ ଜଳଖିଆ ଦେବାରୁ ସେମାନଙ୍କ ମଧ୍ୟରେ ଆହୁରି ଅସନ୍ତୋଷ ପ୍ରକାଶ ପାଇଥିଲା । କ୍ଵାରେନଣ୍ଟାଇନରେ ଥିବା ଏହି ଅନ୍ତେବାସୀମାନେ ସାଧାରଣତଃ ଯୁବ ଗୋଷ୍ଠୀର ହୋଇଥିବାରୁ ଏ ସବୁ ଅସୁବିଧାକୁ ଅସମ୍ଭାଳ ହୋଇ ପାଟି ତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା । ଫଳରେ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା । 

ରିପୋର୍ଟ : ଅମିତାଂଶୁ

View Post