ଗୁରୁ ଶ୍ରୀ ପାଦ ପଙ୍କଜ ରାଉତଙ୍କ ବିୟୋଗରେ ଶୋକସଭା…

ପଶ୍ଚିମବାଡ଼ (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମାଳିପାଳ ସ୍ଥିତ ଫତିଆବାଦ ଭବନରେ ସ୍ୱର୍ଗତ ଗୁରୁ ଶ୍ରୀପାଦ ପଙ୍କଜ ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଫତିଆବାଦ ବିକାଶ ପରିଷଦ ଆବାହନରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମପୁର ପଞ୍ଚାୟତର ସରପଞ୍ଚ  ଆଲୋକ ଗିରି ଉତ୍ସବରେ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଅଧକ୍ଷ ବିପିନ ବିହାରି ବିଶ୍ୱାଳ, ମୁଖ୍ୟବକ୍ତା ଅବସରପ୍ରାପ୍ତ ଶିକ୍ଷକ ଜ୍ୟୋତିଷ ଚନ୍ଦ୍ର କର, ସମ୍ମାନିତ ଅତିଥି ରୂପେ ଯୋଗେଶ ଚନ୍ଦ୍ର ରାଉଳ, କାହ୍ନୁଚରଣ ପୃଷ୍ଟି, ସୋର କୋଷାଗାର ଅଧିକାରୀ ସନ୍ଦୀପ ପାଇରା ତଥା ମୁକ୍ତିକାନ୍ତ ଚନ୍ଦ ଯୋଗ ଦେଇ ସ୍ୱର୍ଗତ ରାଉତଙ୍କ ବିଭିନ୍ନ ଗୁଣାବଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ୱର୍ଗତ ରାଉତଙ୍କ ବଡ ପୁଅ ରାଜୀବ ରାଉତ ପ୍ରାରମ୍ଭିକ ସୂଚନା ଦେଇଥିଲେ । ନିମାଇଁ ସେନାପତି, କାଳିପଦ ମହାନ୍ତି, ରଞ୍ଜନ କୁମାର ଘୋଷ, ମହେଶ୍ବର ଘୋଷ, ଗୌରବ ରାଉତ, ରାହୁଲ ଗିରି,ବୀର କିଶୋର ରାଉତ, ଜୟନ୍ତ ଘୋଷ, ଅଜିତ ଗିରି, କରୁଣାକର ମହାନ୍ତି, ରଘୁନାଥ ଦିଣ୍ଡା ପ୍ରଭୃତି  ଶ୍ରଦ୍ଧାଞଳି ସହ ସ୍ମୃତିଚାରଣ କରିଥିଲେ । ଶେଷରେ ସଂପାଦକ କରୁଣାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି ପରିଡା