ଗୁରୁତର ଆହତ ଷଣ୍ଡ ଉଦାର ଏବଂ ଚିକିତ୍ସିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ଉଦ୍ୟମ ଓ ସେବା ମନୋବୃତ୍ତି ଯୋଗୁଁ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରତିଦିନ ବହୁ ବୁଲା ଗାଈଗୋରୁ, ଷଣ୍ଢ, ମାଙ୍କଡ଼ ଓ ବୁଲା କୁକୁରର ଜୀବନ ରକ୍ଷା କରାଯାଇପାରୁଛି । ପୂର୍ବରୁ ଏପରି ପଶୁପ୍ରେମୀ ଚୌଧୁରୀଙ୍କ ଉଦ୍ୟମରେ ପଶୁ ଚିକିତ୍ସାଳୟ କର୍ମଚାରୀ ଓ ଡକ୍ଟରଙ୍କ ସହଯୋଗରେ ପଶୁମାନଙ୍କ ଜୀବନ ରକ୍ଷା କରାଯାଇଛି । ଆଜି ସକାଳୁ ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ପାଖକୁ ଖବର ଆସିଲା ଯେ ଗୋଟିଏ ଷଣ୍ଡ ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ନେହୁର ନଗର ୪ର୍ଥ ଗଳିରେ ଅଛି । ସେ ତୁରନ୍ତ ପଶୁ ଚିକିତ୍ସାଳୟର ଦୃଷ୍ଟି ଆକର୍ଷଣ କରିଥିଲେ । କାଳ ବିଳମ୍ବ ନ କରି ପଶୁ ଡାକ୍ତର ସୌମିକ ସ୍ବାଇଁ ଏବଂ ତାଙ୍କରି ସହଯୋଗୀ ଶିବରାମ ରେଢୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତ୍ଵର ଷଣ୍ଡଟିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବିରାଟକାୟ ପଶୁକୁ ନିୟନ୍ତ୍ରଣ କରିବା କଷ୍ଟକର ହେବାରୁ ଅଗ୍ନିଶମ ବିଭାଗ ଅଧିକାରୀ ସନାତନ ମହାପାତ୍ରଙ୍କୁ ଅବଗତ କରାଇବା ପରେ ଘଟଣାସ୍ଥଳରେ ବିଭାଗର କର୍ମଚାରୀ ପହଞ୍ଚି ଷଣ୍ଡକୁ ଆୟତ୍ତ କରିବା ସହ ଚିକିତ୍ସା କରାଯାଇଥିଲା । ଏପରି ଏକ ମହତ୍ କାର୍ଯ୍ୟ ସକାସେ ସ୍ଥାନୀୟ ଅଞ୍ଚଳ ଲୋକେ ସରକାରଙ୍କ ଏହି ଦୁଇ ବିଭାଗ ସହ ଗୋଷାଣୀନୂଆଗାଁ ନେହୁର୍ ନଗର ବୁଢ଼ୀ ଠାକୁରାଣୀ ସଂଘର ସଦସ୍ୟ ମାନଙ୍କୁ ସାଧୁବାଦ୍ ଜଣାଇଥିଲେ । ଏଥିରେ ଅଗ୍ନିଶମ ବିଭାଗର କର୍ମଚାରୀ ପବିତ୍ର ମଲ୍ଲିକ, ଗୋପୀନାଥ ନାୟକ, ବିନୋଦ ବେହେରା, ରାଜାକାନ୍ତ ପାତ୍ର, କୁଳମଣି କିଷାନ, ଶ୍ରୀନିବାସ ବେହୁରା, ଗୋଷାଣୀନୂଆଗାଁ ନେହୁର୍ ନଗର ବୁଢ଼ୀ ଠାକୁରାଣୀ ସଂଘର ସଦସ୍ୟ ସିମାଞ୍ଚଳ ସାହୁ, କ୍ରିଷ୍ଣା ବାହାଦୁର, ପ୍ରବୀନ ପ୍ରଧାନ, ମଳୟ ପାଣିଗ୍ରାହୀ, କୁନାଲ ମାନସିଂହ, ପ୍ରଦେପ ଦଳେଇ, ବୁଲୁ ବେହେରାଙ୍କ ସମେତ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟୁଛି ।