ଗୁରୁଣ୍ଠି ପଞ୍ଚାୟତରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତ ପରିଧି ମଧ୍ୟରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଏଥିରେ ସ୍ଥାନୀୟ ତହସିଲଦାର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉପସ୍ଥିତରେ ୧୧୪ ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା, ୨୬ ଜଣ ବ୍ୟକ୍ତିଙ୍କୁ ବିବିଧ ପ୍ରମାଣ ପତ୍ର, କାର୍ଯ୍ୟକ୍ରମ ସମୟରେ ହିଁ ୧୭ ଜଣଙ୍କ ମାମଲା ସମାଧାନ କରାଯାଇଥିଲା I ୨୦୨୦୮ ଟଙ୍କା କିସମ ପରିବର୍ତ୍ତନ ନିମନ୍ତେ ଧାର୍ଯ୍ୟ ରାଶି ଆଦାୟ କରାଯାଇଥିଲା I ଆୟୋଜିତ କାର୍ଯ୍ୟକ୍ରମରେ କରୋଣ କଟକଣା ନିୟମକୁ ପାଳନ କରି ଶତାଧିକ ଲୋକ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ସୁବାଷ କୁମାର ନାୟକ, ରାଜସ୍ୱ ନିରୀକ୍ଷକ ସୁଜ୍ଞାନୀ ସେଠି,ଶାନ୍ତିଲତା ସାହୁ,ସରିତା କୁମାରି ସାହୁ,ବିଜୟଲଷ୍ମୀ ନାୟକ ଏବଂ ସନ୍ତୋଷ କୁମାର ଶତପଥୀଙ୍କ ସମେତ ରାଜସ୍ୱ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ I

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା