ଗୁମ୍ମାରେ ବିଜେଡ଼ିର ବିଶାଳ ବାଇକ ରାଲି: ଷ୍ଟାର କ୍ୟାମ୍ପେନର ଭାବେ ପ୍ରିୟା ଚୌଧୁରୀଙ୍କ ଅଂଶ ଗ୍ରହଣ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ପ୍ରଚାର ଜୋର୍ କରିଛି ବିଜୁ ଜନତା ଦଳ । ଗୋଟିଏ ପରେ ଗୋଟିଏ ଷ୍ଟାର୍ କ୍ୟାମ୍ପେନରଙ୍କୁ ଲଞ୍ଚ କରୁଛି ବିଜୁ ଜନତା ଦଳ । ଦୁଇ ଦିନଧରି ସୁପରିଚିତ ଓଲିଉଡ ଅଭିନେତା ମୁନ୍ନା ଖାଁ ପ୍ରଚାର ସାରିଥିବା ବେଳେ ଗତକାଲି ଠାରୁ ଓଲିଉଡ୍ ଅଭିନେତ୍ରୀ ତଥା ଓଡ଼ିଶା ସିନେ ପ୍ରେମୀଙ୍କର ଡ୍ରିମ ଗାର୍ଲ ପ୍ରିୟା ଚୌଧୁରୀ ପ୍ରଚାରର ମଙ୍ଗ ଧରିଛନ୍ତି । ଗତକାଲି ଗୋଷାଣୀ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଚାର କରିବା ସହ ଆଜି ଗୁମା ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି । ଗୀତ ଗାଉଛନ୍ତି ଡାଇଲଗ୍ ବି କହୁଛନ୍ତି । ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ଭିକ୍ଷା ମଧ୍ୟ କରୁଛନ୍ତି । ଏପରିକି ପାଣିଗ୍ରାହୀ ପରିବାରର ମହିଳାମାନଙ୍କ ମଧ୍ୟରେ ପୁଷ୍ପାଞ୍ଜଳି ପାଣିଗ୍ରାହୀ, ମଧୁସ୍ମିତା ପାଣିଗ୍ରାହୀ ଓ ଅଙ୍କିତା ପାଣିଗ୍ରାହୀ ପ୍ରଚାରର ମଙ୍ଗ ଧରିଥିବାବେଳେ ଅଭିନେତ୍ରୀ ପ୍ରିୟା ଚୌଧୁରୀ ପ୍ରଚାରର ମୁଖ୍ୟ ଆକର୍ଷଣ ସାଜିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା