ଗୁଣିଗାରେଡି ସନ୍ଦେହରେ କରିଥିଲେ ହତ୍ୟା:ତିନି ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ରାୟଗଡା(ତୁଷାର ରଞ୍ଜନ ସାହୁ )ଗତ ୨୯ ତାରିଖରେ ରାୟଗଡ଼ା ଥାନା ଅନ୍ତର୍ଗତ ରାଇକୋଣା ଗ୍ରାମରେ ଘଟିଥିଲା ଏକ ଅଭାବନୀୟ ଘଟଣ।।ଡୁମାପାଇ ଗ୍ରାମର ମୁକୁନା ମାଣ୍ଡାଙ୍ଗି(୪୫)କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା। ଯାହାର ପର୍ଦ୍ଧଫାଶ ରାୟଗଡ଼ା ପୋଲିସଙ୍କ ଦ୍ୱାରା ଶୁକ୍ରବାର ହୋଇଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରାୟଗଡ଼ା ବ୍ଲକ ଗୁମ୍ମା ପଞ୍ଚାୟତ ରାଇକୋଣା ଗ୍ରାମର ବୁଲୁ ଜାକାକା, ନିରୀୟ ଜାକାକା। ତଦନ୍ତ ଅନୁଯାଇ ଗୁଣିଗାରେଡି ସନ୍ଦେହରେ ସେମାନେ ଏହି ହତ୍ୟାକାଣ୍ଡ କରିଥିବାର ପୋଲିସ ଜଣାଯାଇଛି। ଗତ ୨୮ ତାରିଖ ସନ୍ଧ୍ୟା ମୁକୁନା ରାଇକୋଣା ଗ୍ରାମକୁ କିଛି କାର୍ଯ୍ୟ ଯୋଗୁ ଯାଇଥିଲେ କିନ୍ତୁ ସେ ନିଜ ଘୋରକୁ ଫେରିନଥିଲେ।୨୯ ତାରିଖ ଦିନ ତାଙ୍କର କ୍ଷତ ବିକ୍ଷତ ଶରୀର ମୁଖ୍ୟ ରାସ୍ତାରେ ଦେଖିଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଥିଲା। ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶାନୁସାରେ (ଏସ ଆଇ ଶଙ୍କର ପଣ୍ଡା)ଓ ଅନ୍ୟ କିଛି ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନାଘନା କରିଥିଲେ। ମୁକୁନାଙ୍କ ବାମ ହାତ ଭାଙ୍ଗିଥିବା,ଛାତି ଓ ଅନ୍ୟାନ୍ୟ ସ୍ଥାନରେ କ୍ଷତର ଚିହ୍ନ ଦେଖିବାକୁ ମିଳିଥିଲା।ପୋଲିସ ଉକ୍ତ ଶବକୁ ଠାବକରି ଶବ ବ୍ୟବଚ୍ଛେଦ ନିମନ୍ତେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏ ନେଇ ମୃତକଙ୍କ ବଡ଼ପୁଅ ଅର୍ଜୁନ ମାଣ୍ଡାଙ୍ଗି ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ଏକ ଅପମୃତ ମାମଲା (ନମ୍ବର ୩୩/୧୮)ରୁଜୁକରି ତଦନ୍ତ ଚଳାଇଥିଲେ। ତଦନ୍ତର ପରିମାଣ ଅନୁଯାଇ ୩ ଅଭିଯୁକ୍ତଙ୍କୁ ପୋଲିସ ଧରି ପଚରାଉଚୁରା କରିବାରୁ ବୁଲୁ ଜାକାକା ନିଜର ଦୋଷମାନି କହିଥିଲେ ଯେ ୨ ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀକୁ ମୁକୁନା ମାଣ୍ଡାଙ୍ଗି ଗୁଣିକରି ହତ୍ୟା କରିଥିବାରୁ ତାର ପ୍ରତିଶୋଧ  ମୂଳକ ସେ ତାର  ୨ ସହଯୋଗୀଙ୍କ ସହ ମୁକୁନାଙ୍କୁ ହତ୍ୟା କରିଥିଲେ। ପୋଲିସ ଆଗରେ କହିଥିଲେ ଯେ ମୁକୁନା ରାଇକୋଣା ଗ୍ରାମକୁ ଆସିବାର ଦେଖି, ତାର ୨ ସହଯୋଗୀଙ୍କ ସହଯୋଗରେ ଗ୍ରାମ ବାହାରକୁ ଡକାଇଥିଲେ ଓ ଗ୍ରାମ ବାହାରେ ଏକ ଠେଙ୍ଗାରେ ତାର  ଛାତିକୁ ବାରମ୍ବାର ପ୍ରହାର କରି ତାଙ୍କୁ ଜୀବନରେ ମାରିଦେଇଥିଲେ।ଏହା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ବାସୁ ମିଣିଆଙ୍କା,ନାଙ୍ଗାରି ମିଣିଆଙ୍କା ଓ ସାନା ମିଣିଆଙ୍କୁ ମୁକୁନା ବୁଲୁ ଜାକାକାଙ୍କ ସ୍ତ୍ରୀକୁ ଗୁଣିକରି ମାରିଦେଇଥିବା ସେ ସ୍ୱୀକାର କରିଥିଲା ।ସ୍ଥାନୀୟ ପୋଲିସ ଦୋଷୀବିରୁଦ୍ଧରେ Case No 189/2018 ରୁଜୁକରି ଆଇପିସି  ଧାରା ୩୦୨, ୨୦୧, ୧୨୦ବି, ୩୪ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା SDPO ରାଜ୍ କିଶୋର ଦାସ ସୂଚନା ଦେଇଛନ୍ତି।