ଗଳ୍ପ – କାମନା

ଜଣେ ସାଧୁ ଙ୍କର ଦୁଇ ଶିଷ୍ୟ ଥିଲେ । ସୁଧୀର ଓ ଅଧିର ।ସେମାନଙ୍କ ଶିକ୍ଷା ସମାପ୍ତି ପରେ ଗୁରୁ ଙ୍କ ଠାରୁ ବିଦାୟ ନେଇ ଘରକୁ ଫେରୁ ଥାଆନ୍ତି ।ବାଟରେ ନଈ ଟିଏ ପଡିଲା। ଦୁହେଁ ନଈ ପାରି ହେବାକୁ ଉଦ୍ୟତ ହେଉ ଥାଆନ୍ତି। ଦୂରରୁ ଦେଖିଲେ ଜଣେ ସ୍ତ୍ରୀ ଲୋକ ଅସହାୟ ଭାବେ ଚିତ୍କାର କରି ସାହାଯ୍ୟ ପାଇଁ ହାତ ବଢ଼ାଉ ଥାଆନ୍ତି।
ବିକଳ ସ୍ୱର ରେ ଉଦ୍ଧାର କରିବାକୁ କହୁଥାନ୍ତି।
ପ୍ରଥମ ଶିଷ୍ୟ ସୁଧୀର କହିଲା ଭାଇ ମହିଳା ଜଣକ ବୁଡି ଯାଉଛି।ଗୁରୁ କହିଥିଲେ ଯିଏ ବିପଦରେ ସାହାଯ୍ୟ ମାଗୁଥିବି ତାକୁ ଅଣହେଳା କରିବ ନାହିଁ । ଦ୍ଵିତୀୟ ଶିଷ୍ୟ ଅଧିର କହିଲା ନାଇ ନାଇଁ ଗୁରୁ କହିଥିଲେ ନାରୀ , ନିଆଁ, ନଈ ଏକା କଥା ।ତାଙ୍କ ମାୟା ଠୁ ସର୍ବଦା ଦୁରେଇ ରହିବ। ଏ ମାୟା ରେ ଥରେ ପଡିଲେ ଉଦ୍ଧାର ହେବା ଭାରି କଷ୍ଟ। ଆଦୌ ଛୁଉଁନା ସେ ଝିଅ କୁ। ପୋଡିଯିବୁ ।ଏହା ଗୁରୁଙ୍କ ଶିକ୍ଷାର ଅବମାନନା । ଦଣ୍ଡେ ଚିନ୍ତା କଲା। ମହିଳା ର ଅସହାୟତା ତାକୁ ବ୍ୟତିବ୍ୟସ୍ତ କଲା ।ତା ଭିତର ର ମଣିଷ ପଣିଆ ତାକୁ ବ୍ୟଥିତ କଲା। ଏକା ଲମ୍ଫ ରେ ପାଣି ଭିତରକୁ ଯାଇ ଅଥଳ ପାଣିରୁ ସ୍ତ୍ରୀ ଲୋକ ଟିକୁ ଉଦ୍ଧାର କରି ଆଣିଲା କୂଳ କୁ।
ଚକିତ ହୋଇଗଲା ଅଧିର ତା ରୂପ ଲାବଣ୍ୟରେ।
କ୍ଷଣେ ଚାହିଁ ରହିଲା ଟା ରୂପ ଯୌବନକୁ। ତାକୁ ଉଦ୍ଧାର କରି ସାରି ଦୁଇ ଜଣ ଆଗେଇଲେ।
କିନ୍ତୁ ରାସ୍ତାସାରା ଅଧିର ବାରମ୍ବାର ସେ ଝିଅ ର ରୂପ ଲାବଣ୍ୟ କଥା ଆଲୋଚନା କରି କରି ଆଶ୍ରମ ଯାକେ ପହଞ୍ଚିଲେ ।ଶେଷରେ ଅଧିର କହିଲା ଦେଖ ଭାଇ ଏତେ ସୁନ୍ଦରୀ ଝିଅ କୁ ତୋର ଛୁଇଁବା ଉଚିତ ହୋଇ ନାହିଁ। ଏଥିରେ ତୋର ଗୁରୁ ଶିକ୍ଷା ଦୀକ୍ଷାର କୌଣସି ମୂଲ୍ୟ ରହିଲା ନାହିଁ। ଚୁପ ହୋଇ ଶୁଣୁଥିଲା ସୁଧୀର । ପଦୁଟିଏ ବି ଉତ୍ତର ଦେବା ଯଥାର୍ଥ ମାନି ନ ଥିଲା ସୁଧୀର । ଶେଷକୁ ବ୍ୟତିବ୍ୟସ୍ତ ହୋଇ ଅଧିର ଗୁରୁ ଙ୍କ କାନ କୁ କଥାଟା ପହଂଚାଇଲା। ମୂଳରୁ ଶେଷ ପର୍ଯ୍ୟନ୍ତ କଥାଟାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଥରକୁ ଥର କଥାରେ ସେ ଝିଅ ର ପ୍ରତ୍ୟେକ ଅଙ୍ଗ ସହ ଉପମା ବିଶ୍ଲେଷଣ ଯୋଡି କଥାଟାକୁ ଏମିତି ଫିଲିମ ଷ୍ଟାଇଲ ରେ କହି ଚାଲି ଥାଏ ଯେ କେହିବି ଆକର୍ଷିତ ହେବ ।
ଗୁରୁ ସବୁ ଶୁଣି ଶୁଣି ପରିଶେଷରେ କହିଲେ ଦେଖ ନାରୀ ଟିକୁ ଛୁଇଁ ଉଦ୍ଧାର କରିବା ରେ ଯେତିକି ସ୍ପର୍ଶ ନ ଥିଲା, ପାପ ନ ଥିଲା ତା ଠାରୁ ଢେର ଅଧିକ ତୁମେ ତା ସ୍ପର୍ଶ ର କାମନା ରେ ଘାଣ୍ଟି ହେଲଣି। ପାପ ସ୍ପର୍ଶ ରେ ନ ଥାଏ ।ଥାଏ ମନ ରେ ଭାବ ରେ ଯାହା ସୁଧୀର ଠାରୁ ତୁମେ ଢେର ଅଧିକ କଲଣି। ସେ ତ ତାକୁ ବିପଦରୁ ଖାଲି ଉଦ୍ଧାର କରିଛି ତା ମନରେ ସେତେ ବେଳେ କାମନା ନ ଥିଲା ଯେତେ ନ ଛୁଇଁ ବି ତୁମ ମନରେ ଅଛି। ଲଜ୍ଜାରେ ମୁହଁ ତଳକୁ କଲା ଅଧୀର।
ତପସ୍ୱିନୀ ଦାଶ,ବାରିପଦା,ଭଂଜପୁର,ମୟୁରଭଞ୍ଜ
ଦଶହରା ଭେଟି।