ଗରିବଙ୍କୁ ରାସନ ସମାଗ୍ରୀ ଓ ଶୁଖିଲା ଖାଦ୍ୟ ବଣ୍ଟନ…

ଛତ୍ରପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି କରାଯାଇଥିବାରୁ ବହୁ ପରିବାର ରୋଜଗାର ହରାଇ ବହୁ ଅସୁବିଧାର ସାମ୍ନା କରିବାସହ ଅତି କଷ୍ଟରେ ଜୀବନ ଅତିବାହିତ କରି ଚଳୁଛନ୍ତି । ଏମିତିକି ଭୋକ ଉପବାସରେ ରହିବା ସହ ଘର ଭଡା ମଧ୍ୟ ଦେବାରେ ଅସକ୍ଷମ ହୋଇ ପଡିଛନ୍ତି ବହୁ ଲୋକ । ଏଭଳି ପରିସ୍ଥିତିରେ କଂଗ୍ରେସ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ରାଜପୁର, କାଚରା ଓ ଗଡ ହୁମା ଗ୍ରାମରେ ଦୀର୍ଘ ଦିନ ଧରି ଲକ୍ ଡାଉନରେ ପ୍ରଭାବିତ ହୋଇ କାମ ଧନ୍ଦା ହରାଇଥିବା ଗରିବ ଲୋକ ମାନଙ୍କୁ ସମାଜସେବୀ ଭାଗୀରଥି ବେହେରାଙ୍କ ଦ୍ୱାରା ରାସନ ସମାଗ୍ରୀ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ କଂଗ୍ରେସ ସଭାପତି ଏନ. ଗଣେଶ ରେଡି, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡି, ଛାତ୍ର ନେତା ମହେଶ କୁମାର ଗୌଡ଼, ଚକ୍ରପାଣି ପଲାଇ, ରାକେଶ କୁମାର ଆଚାର୍ଯ୍ୟ, ଆଇନ୍ ଜୀବୀ ବାବୁ ନାହକ ଓ ରବିନ୍ଦ୍ର ମୁଦୁଲି ଯୋଗ ଦେଇଥିଲେ ।