ଗଡ଼ିଆରେ ବୁଡ଼ି ମହିଳାଙ୍କ ମୃତ୍ୟୁ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ବର୍ତ୍ତନା ଗ୍ରାମ ପଞ୍ଚାୟତର ଖରିଦା ଗ୍ରାମରେ ଏକ ଅଘଟଣ ଘଟି ଯାଇଛି । ଘଟଣାରୁ ଜଣାପଡ଼ିଛି କି ଖରିଦା ଗ୍ରାମର ନିରଞ୍ଜନ ସାମଲ ପତ୍ନୀ ମିନତୀ ସାମଲ(୪୩) ସକାଳ ୫ଟା ସମୟରେ ପାଖ ଗଡ଼ିଆକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ । ଘର ଲୋକ ଖୋଜା ଖୋଜି କରିବା ବେଳେ ଗଡ଼ିଆ ଘାଟରେ ସାବୁନ ପଡ଼ିଥିବା ଦେଖି ଗଡ଼ିଆରେ ବହୁତ ଖୋଜାଖୋଜି କରିଥିଲେ, ମାତ୍ର ନ ପାଇ ଜଳେଶ୍ଵର ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ ବିଭାଗ ପହଞ୍ଚି ଜାଲ ବିଛାଇ ମଝି ଗଡିଆରୁ ପାଇ ଥିଲେ । ପରେ ପରେ ଜଳେଶ୍ଵର ଜିକେ ଭଟ୍ଟର ହସପିଟାଲକୁ ପଠାଇ ଦିଆଯାଇଥିଲା, ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏହାପରେ ଜଳେଶ୍ୱର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ରିପୋର୍ଟ : ଭୂପତି କୁମାର ପରିଡା