ଗଞ୍ଜାମ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିର୍ଘାୟୁ କାମନା କରି କେଣ୍ଡେଲ ଶୋଭାଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଯୁବମୋର୍ଚ୍ଚା ପକ୍ଷରୁ ଭାରତର ଯଶସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିର୍ଘାୟୁ କାମନା କରି ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କେଣ୍ଡେଲ ଶୋଭାଯାତ୍ରା ବ୍ରହ୍ମପୁର ସ୍ଥିତ ସ୍ଥାନିୟ ଷ୍ଟେସନ୍ ରୋଡ଼ ଜିଲ୍ଲା କାର୍ଯ୍ୟାଳୟ ଠାରୁ ବାହାରି ଗିରି ରୋଡ଼ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତି ଠାରେ ସମାପ୍ତ ହୋଇଥିଲା । ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ପ୍ରଧାନମନ୍ତ୍ରୀ ଗତ ୫ ତାରିଖ ଦିନ ପଞ୍ଜାବର ଫିରୋଜ ପୁର ଠାରେ ଏକ ସମାବେଶକୁ ସମ୍ବୋଧନ ପାଇଁ ଯିବା ସମୟରେ ଯେଉଁଭଳି ଭାବେ ନାଟକୀୟ ଢ଼ଙ୍ଗରେ ସୁପ୍ରାୟୋଜିତ ପଞ୍ଜାବ କଂଗ୍ରେସ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ କାଫିଲାକୁ ଏକ ଓଭର ବ୍ରିକ୍ ଉପରେ ଅଟକାଇ, ପ୍ରଧାନମନ୍ତ୍ରୀଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚାଯାଇଥିଲା ତାକୁ ଦୃଢ଼ ଭାବେ ନିନ୍ଦା କରିଛି । କେଉଁ ପରିସ୍ଥିତିରେ ପଞ୍ଜାବ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପ୍ରଧାନମନନ୍ତ୍ରୀଙ୍କ ରୁଟ୍‌କୁ ଅନୁମୋଦିତ କରି ଏସ୍ ପିଳିକୁ ଅବଗତ କରାଇଥିଲା, ଘଟଣାର ଦୁଇଦିନ ଅତିବାହିତ ହୋଇ ଯାଇଥିଲେ ସୁଧା ତାର ଉତର ଦେବାରେ କଂଗ୍ରେସ ଶାସିତ ପଞ୍ଜାବ ସରକାରଙ୍କ ବିଫଳତାକୁ ଯୁବମୋର୍ଚ୍ଚା ପ୍ରଶ୍ନ କରିଛି । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଯୁବମୋର୍ଚ୍ଚା ଉପସଭାପତି କିରଣ କୁମାର ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଏତଦବ୍ୟତୀତ ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଶିବ ଶଙ୍କର ଶତପଥ, ସୁଜିତ କୁମାର ନାୟକ ଏବଂ ମଧୁସୂଦନ ସାହୁ, ସିଦ୍ଧାର୍ଥ ଶଙ୍କର ପଣ୍ଡା, କେ. ରବି ରାଓ, ଅଜୟ ନାୟକ, ଆକାଶ ଗୌଡ଼, ସୁମିତ ପାତ୍ର, କମଳ ପାତ୍ର, ବିତ ପଣ୍ଡା ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ସାଧାରଣ ସଂପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ସଂପାଦକ ବାଳକୃଷ୍ଣ ସାମନ୍ତରାୟ, ସୁଷିଳା ମଲ୍ଲିକ, ବରିଷ୍ଠ ମହିଳା ନେହି ଶୁଭାସିନି ପଟ୍ଟନାୟକ, ନିବେଦିତା ପାଢ଼ୀ, ଭାଗ୍ୟଲତା ପଟ୍ଟନାୟକ, ନର୍ମଦା ସିଂ, ନିରଞ୍ଜନ ପାଣିଗ୍ରାହୀ, ବିନୋଦ ସିଂ, ମଧୁସୁଦନ ସାହୂ, ଗଜେନ୍ଦ୍ର ଚୌଧୁରୀ, ସୁମନ୍‌ ସତପଥ, ଗୋପିନାଥ ପଣ୍ଡା, ମଣ୍ଡଳ ସଭାପତି ବିନାୟକ ରଥ, ଶିବ ଶଙ୍କର ନାୟକ, ଟୁଙ୍ଗୁରୁ ପାତ୍ର ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଘାୟୁ କାମନା କରିବା ସହିତ ପଞ୍ଜାବ କଂଗ୍ରେସ ସରକାରଙ୍କ କାର୍ଯ୍ୟକୁ ଘୋର ନିନ୍ଦା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା