ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ୬୧ତମ ଶହୀଦ ଦିବସ ପାଳନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ୬୧ତମ ଶହୀଦ ଦିବସ ପାଳନ କରାଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବହୁ ପୋଲିସ ଓ ସାମ୍ବାଦିକ ମାନଙ୍କୁ ସାମିଲ କରାଯାଇଥିଲା । ଏନେଇ ଆଜି ଛତ୍ରପୁର ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରି ଶହୀଦଙ୍କ ନାମ ପାଠ କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏସପି ଶ୍ରୀ ରାଏଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପ୍ରବେସନାରୀ ଆଇପିଏସ ଅଫିସର ଜି.ଆର. ରାଘବେନ୍ଦ୍ର, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ ଓ ଅଶୋକ ମହାନ୍ତି, ସ୍ମୃତି ସ୍ତମ୍ଭରେ ପୁଷ୍ପଗୁଚ୍ଚ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଡିଏସପି ଉତ୍କଳ କେଶରୀ ଦାସ, ଅଜୟ କୁମାର ମିଶ୍ର, ପି.କେ ଦାଶ ଓ ଏସ.ପ୍ରଧାନ, ଆସିଷ୍ଟାଣ୍ଡ କମାଣ୍ଟେଟ୍ ମାନସ ରଞ୍ଜନ ମହାନ୍ତି, ସର୍ଜେଣ୍ଟ ସଂଜୟ କୁମାର ବାରିକ ଓ ବିବେକାନ୍ଦ ନାୟକ, ଗଞ୍ଜାମ ପୋଲିସ ଜିଲ୍ଲାର ହାବିଲଦାର ଓ କନେଷ୍ଟବଲ ସଂଘ ସଭାପତି ଗୈାରାଚାନ୍ଦ ତ୍ରିପାଠୀ, ସଂପାଦକ ବ୍ରଜ ମୋହନ ଜେନା ଏ.ରାବଣା ରାଓଙ୍କ ସମେତ ବହୁ ପୋଲିସ ଅଧିକାରୀମାନେ ଯୋଗଦେଇ ଶହୀଦମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ମୃତିଚାରଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା