ଗଞ୍ଜାମ ଡିଆରଡ଼ିଏ କ୍ୟାମ୍ପସରେ କାଫେ ଉଦଘାଟିତ

ଛତ୍ରପୁର(ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ହେଡ଼କ୍ୱାଟରର ଡିଆରଡ଼ିଏ କ୍ୟାମ୍ପସରେ ଅତ୍ୟାଧୁନିକ ବ୍ୟଞ୍ଜନ ଧର୍ମି ଖାଦ୍ୟରୁଚି କିଚେନ୍ କେନଟିନ୍ ଅବା ସଦରମହକୁମା ଛତ୍ରପୁରର ଦ୍ୱିତୀୟ କାଫେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ଗଞ୍ଜାମଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶୁକ୍ରବାର ସନ୍ଧ୍ୟାରେ ଏହାକୁ ଉଦଘାଟନ କରିଛନ୍ତି । ଛତ୍ରପୁର ସହରାଞ୍ଚଳର ୭ନମ୍ବର ୱାର୍ଡର ମା’ ସିଦ୍ଧଭୈରବୀ ଏସ.ଏଚ.ଜି.ଗ୍ରୁପକୁ ଦିଆଯାଇଥିବା ଏହି କାଫେ ଷ୍ଟଲ ର ଆନୁଷ୍ଠାନିକ ଉଦଘାଟନୀ ସାମାରୋହରେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାଷନ, ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ବାହୀ ଅଧିକାରୀ ନୀଳମାଧବ ଭୋଇ, ଛତ୍ରପୁର ଏନ୍.ଏ.ସି. ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ସ୍ଥାନୀୟ କାଉନସିଲର ଏମ୍.ୱାଣି ସେନାପତି ପ୍ରମୁଖ ବହୁଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏସ.ଏଚ.ଜି.ମହିଳାଗ୍ରୁପକୁ ଉତ୍ସାହିତ କରିଥିଲେ । ନୂତନରୁଚି ଓ ଭିନ୍ନସ୍ଵାଦର ସ୍ନାକସ୍ ଆପ୍ୟାୟିତ ହୋଇ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା