ଗଞ୍ଜାମ ଜିଲ୍ଲା ହୋଟେଲ ସଂଘର କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହୋଟେଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ହୋଟେଲ ନନ୍ଦନ ଇଣ୍ଟରନେଶନାଲ ସମ୍ମିଳନୀ କକ୍ଷରେ ରବିବାର ସମସ୍ତ ଗଞ୍ଜାମ ଜିଲ୍ଲାର ହୋଟେଲ ମାଲିକ ମାନଙ୍କୁନେଇ ନିର୍ବାଚନ ଆୟୋଜନ କରାଯାଇଥିଲା। ଏଥିରେ ଇଞ୍ଜିନିୟର ଉମା ଶଙ୍କର ପାଣିଗ୍ରାହୀ ପୁଣି ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି I ସେ 22ବର୍ଷ ହେଲା ସଫଳତାର ସହ ସଭାପତି ଭାବରେ ଏହି ପଦବୀରେ ରହି ଆସୁଛନ୍ତି । ତାଙ୍କ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଅସୁବିଧା କଥା ବ୍ୟକ୍ତିଗତ ଭାବେ ବୁଝୁଥିବାରୁ ତାଙ୍କର ନେତୃତ୍ୱରେ ହୋଟେଲ ସଂଘ ଉତ୍ତମ ପରିଚାଳନା ହେଉଥିବା ଦୃଷ୍ଟିରୁ ସେ ବାରମ୍ବାର ସଭାପତି ନିର୍ବାଚିତ ହେଉଛନ୍ତି । ସେ ଓଡ଼ିଶା ହୋଟେଲ ସଂଘ ହାରୋର ମଧ୍ୟ ଉପାଧ୍ୟକ୍ଷ ଅଛନ୍ତି । ଏହି ସଂଘର ସଭାପତି ଭାବେ ଉମା ଶଙ୍କର ପାଣିଗ୍ରାହୀ, ଉପ ସଭାପତି Y ରାମ କ୍ରୀଷ୍ଣା ରାଓ, ଶିବରାମ ସାହୁ, ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, ସହ ସମ୍ପାଦକ, ସୁଶାନ୍ତ କୁମାର ପାଢ଼ୀ, ସର୍ବେଶ୍ଵର ସୁବୁଦ୍ଧି, କୋଷାଧ୍ୟକ୍ଷ , ବିନାୟକ ସୁବୁଦ୍ଧି ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଉପଦେଷ୍ଟା ଭାବେ କାମନା ପାଢୀ ଓ ସୟଦୀ ରହିମ୍ (ମୁନାବାବୁ) ମନୋନୀତ ହୋଇଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ସମସ୍ତ ସଭ୍ୟ ଯୋଗଦେଇଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା