ଗଞ୍ଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀକାନ୍ତ ସାହୁ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ବିଧାୟକ ଶ୍ରୀକାନ୍ତ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଛତ୍ରପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଶୁଭାରମ୍ଭ କରିଥିଲେ । ଏହାପରେ ଶ୍ରୀ ସାହୁ ଦାୟିତ୍ୱ ଗ୍ରହଣ କରି କହିଥିଲେ ଯେ ସର୍ବ ପ୍ରଥମେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି କହିବା ସହ ଗଞ୍ଜାମ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି ବୋଲି କହିଥିଲେ । ଏହାପରେ ଗଞ୍ଜାମ ଜିଲାର ବିକାଶ ନିମନ୍ତେ ଉଦ୍ୟମ ଜାରି ରଖିଛି । ଜିଲ୍ଲା ପାଇଁ ସ୍ୱତନ୍ତ୍ର ସ୍କିମ ମାଧ୍ୟମରେ ଅନୁଦାନ ଆଣିବା ପାଇଁ ଚେଷ୍ଟା କରିବି । ଗାଁ ଗହଳି ଓ ଏନଏସିର ଜନସାଧାରଣଙ୍କ କିପରି ବିକାଶ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବି । ମୁଖ୍ୟମନ୍ତ୍ରୀଙ୍କ ମୂଳମନ୍ତ୍ର ୫ଟି ମାଧ୍ୟମରେ ଗଞ୍ଜାମ ଜିଲ୍ଲର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବି । ଆଉ ସମସ୍ତ ବିକାଶ ବିଧାୟକ ଓ ଯୋଜନା କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରି ଜିଲ୍ଲାର ଉନ୍ନତି କରିବା ନିମନ୍ତେ ଧ୍ୟାନ ଦେବି । ଛତ୍ରପୁର ନିକଟସ୍ଥ କଂସାରିଗଣ୍ଡ ଉପରେ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରି ଏହା କିପରି ହୋଇପାରିବ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇବି ବୋଲି କହିଥିଲେ । ପ୍ରାରମ୍ଭରେ ଜିଲ୍ଲା ଯୋଜନ କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ପାଛୋଟି ଆଣି ନିଜ ଆସନରେ ବସାଇବା ସହ ମିଷ୍ଟନ ଖୁଆଇଥିଲେ । ଏହାପରେ ଛତ୍ରପୁର ବିଧାୟକଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନପ୍ରତିନିଧି, ବୁଦ୍ଧିଜୀବୀ, ଆଇନଜୀବୀ ଓ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀମାନେ ଉପସ୍ଥିତ ରହି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ସଭାପତି ଏନ.ଧନଞ୍ଜୟ ରାଓ, ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡିର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବ ନେତା ଉମା ରେଡ୍ଡୀ, କିଶୋର ଚନ୍ଦ୍ର ସେନାପତି, ଜି.ପାପା ରାଓ, ପ୍ରଦୋଷ କୁମାର ବେହେରା, ରାଜେଶ କୁମାର ସାହୁ, କେ.ନାଗେଶ୍ୱର ରାଓ, ଟି.ନାରାୟଣ ରାଓ, ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା, ବିପୁଲିଂଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ସମିତିସଭ୍ୟ ଜୟଦେବ ଲେଙ୍କା, ପ୍ରବାସୀ ପ୍ରଧାନ, ସୁଧୀର ପାଢ଼ୀ, ବି.ରାଜୁ ବାବୁ, ସଭାପତି ପ୍ରଶାନ୍ତ ପଣ୍ଡା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ଜିଲ୍ଲା ଶ୍ରମିକ ସାମୁଖ୍ୟ ସମ୍ପାଦକ ଉଜ୍ଜ୍ଵଳ ପାଢ଼ୀ, ପୂର୍ବତନ କର୍ପୋରେଟର ଭିଷ୍ମଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଶ୍ରୀକାନ୍ତ ସବିତା, ଲକ୍ଷ୍ମୀନାରାୟଣ ମହାପାତ୍ର, ସ୍ୱାଧୀନ ସାହୁ, ତଥା ବିଜେଡିର ଯୁବ ଛାତ୍ର ବହୁ ସରପଞ୍ଚ, ପ୍ଲାନିଂ ବୋର୍ଡର ସଭ୍ୟଙ୍କ ସମେତ ବହୁ ବିଜେଡି କର୍ମୀ ଅଂଶ ଗ୍ରହଣ କରିଥିଲେ । ବିଧାୟକ ଶ୍ରୀକାନ୍ତ ସାହୁ ଦାୟିତ୍ୱ ଗ୍ରହଣ କଲାପରେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା