ଗଞ୍ଜାମ ଜିଲ୍ଲା କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସାମୟିକ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଦୀର୍ଘ ଦିନ ହେବ ଦରମା ମିଳିନଥିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ କ୍ରୀଡା ଶିକ୍ଷକ ମାନଙ୍କୁ ଦୀର୍ଘ ୭ ମାସ ହେଲା ଦରମା ମିଳିନାହିଁ । କୋଭିଡ୍ ୧୯ ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନେ ସେମାନଙ୍କ ଦାୟିତ୍ୱ ସୁଚାରୁ ରୁପେ ସଂପାଦନ କରିଥିଲେ । ପ୍ରଧାନଶିକ୍ଷକଙ୍କ ନିର୍ଦ୍ଦେଶରେ ସେମାନେ ବିଦ୍ୟାଳୟର ସବୁ ସମୟରେ ସେମାନେ ସେମାନଙ୍କ କାର୍ଯ୍ୟ କରି ଆସିଛନ୍ତି ତଥାପି ଆଜି ପର୍ଯ୍ୟନ୍ତ ସେମାନେ ସେମାନଙ୍କ ପ୍ରାପ୍ୟ ପାଇନଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଏ ସମ୍ବନ୍ଧରେ ଆଲୋଚନା କରିବେ ବୋଲି କହିଥିଲେ । ଏହି ଦାବୀ ପତ୍ର ପ୍ରଦାନ ବେଳେ ସରୋଜ କୁମାର ମହାପାତ୍ର, ଜଗନ୍ନାଥ ପଲାଇ, ସନ୍ତୋଷ ପ୍ରଧାନ, ଖଗେଶ୍ୱର ସାହୁ, ଦିନବନ୍ଧୁ ସ୍ୱାଇଁ, ରାଜେନ୍ଦ୍ର ମହାଙ୍କୁଡ, ଖେଡୁ ପ୍ରଧାନ, ଅଭିରାମ ଗୌଡ, ଶ୍ୟାମଘନ ରାଉତ, ଜୟନ୍ତି ପ୍ରଧାନ, ବିଶ୍ୱନାଥ ପ୍ରଧାନ, ସୁଧୀର ଚନ୍ଦ୍ର ପାଢୀ, ଅଭୟ କୁମାର ପରିଡାଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା