ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ ଚୟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ପ୍ରଦେଶ କଂଗ୍ରେସ କମିଟି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ ଚୟନ ହୋଇସାରିଛି । ପୂର୍ବଭଳି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭାବେ ରମେଶ ଚନ୍ଦ୍ର ଜେନା ରହିଥିବା ବେଳେ ଉପସଭାପତି ଭାବେ ସଞ୍ଜୟ ମିଶ୍ର, ବିଜୟ ସାହୁ ଏବଂ ମହେଶ୍ୱର ପାତ୍ରଙ୍କୁ ନିଯୁକ୍ତି ମିଳିଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ବିଷୋୟୀ ଏବଂ ବନଜା ପଣ୍ଡାଙ୍କୁ ଦାୟିତ୍ବ ମିଳିଛି । ସେହିଭଳି ସମ୍ପାଦକ ଭାବେ ଏସ ଦଣ୍ଡପାଣି ପାତ୍ର, ଶ୍ରୀ ଅରବିନ୍ଦ ନାୟକ, କେ କୁନା, ଜବାହରଲାଲ ସାହୁ, ଶ୍ରୀମତୀ ଗୀତ ଦାସ, ଗୀତାଞ୍ଜଳୀ ସାହୁ, ଶ୍ରୀମତୀ ରୁବିନା ଦାସ, ଡ଼ଃ ପଦ୍ମିନୀ, ଶ୍ରୀମତୀ ପ୍ରତିଭା ପଣ୍ଡା, କାଳିଆ ପାଢ଼ୀ, ଉତ୍ତମ ଦାସ, ଅଜୟ ପଣ୍ଡା ଏବଂ ନାରାୟଣ ସେଠୀଙ୍କି ଦାୟିତ୍ବ ମିଳିଥିବା ବେଳେ କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ବିଷୋୟୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା