ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଗତିଶୀଳ ଓ ଗଣତାନ୍ତ୍ରିକ ସଂଗଠନ ସମୁହ ପକ୍ଷରୁ ୧୦ ଦଫା ଦାବି ନେଇ ଗଣ ପ୍ରତିବାଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୫ ସେପ୍ଟେମ୍ବର ୨୦୨୦ ଦିନ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଛକ ଠାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଗତିଶୀଳ ଓ ଗଣତାନ୍ତ୍ରିକ ସଂଗଠନ ସମୁହ ତରଫରୁ ସମ୍ବିଧାନିକ, ଗଣତାନ୍ତ୍ରିକ ଓ ମୌଳିକ ଅଧିକାରର ସୁରକ୍ଷା ନିମନ୍ତେ ୧୦ ଦଫା ଦାବି ନେଇ ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସମ୍ବାଦିକା ଓ ମହିଳା ଆନ୍ଦୋଳନର ପ୍ରମୁଖ ନେତ୍ରୀ ଗୌରୀ ଲଙ୍କେଶଙ୍କୁ ଘୃଣା ରାଜନୀତିର ଶିକାର କରି ହତ୍ୟା କରାଯାଇଥିବାର ତୃତୀୟ ପୁଣ୍ୟତିଥି ଅବସରରେ ଏହି ଦେଶ ବ୍ୟାପି ପ୍ରତିବାଦ ଦିବସରେ ୫୦୦ରୁ ଉର୍ଦ୍ଧ ମହିଳା ସଂଗଠନ, କିନ୍ନର ସମ୍ପ୍ରଦାୟ ଏବଂ ପ୍ରଗତିଶୀଳ ଓ ଗଣତାନ୍ତ୍ରିକ ସଂଗଠନ ଏକତ୍ର ହୋଇ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରିଥିଲେ । ‘’ଆମେ ଯଦି ଉଠିବା ନାହିିଁ’’ ପ୍ରସଙ୍ଗ ନେଇ ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତବାସୀଙ୍କ ଅଧିକାର ଉପରେ ହେଉଥିବା ବିଧିବୋଧ ଆକ୍ରମଣ ଓ ମାନବାଅଧିକାର କର୍ମୀ, ବୁଦ୍ଧିଜୀବୀଙ୍କ ଭିନ୍ନମତ ଓ ସତ ପାଇଁ ଜେଲ ଦଣ୍ଡିତ, ରାଜସନୈତିକ ହିଂସା, ଦ୍ଵେଷ ବିରୁଦ୍ଧରେ ମିଳିତ ସ୍ଵର ଉତ୍ତୋଳନ କରିବା । ଆଜି ଦେଶରେ ଜାତି, ଧର୍ମ ଉପରେ ଆଧାରିତ ବିଧିବୋଧ ସମ୍ପ୍ରଦାୟିକ ହିଂସା, ଘୃଣା ଓ ଭେଦଭାବ ବଢିବାରେ ଅନୁଭୁତ ହେଉଛି, ଯାହା ଫଳରେ ଦଳିତ, ମହିଳା, କିନ୍ନର ଓ ସଂଖ୍ୟା ଲଘୁସମ୍ପ୍ରଦାୟ ପ୍ରତି ଆକ୍ରମଣର ଭୟ ଓ ଅସୁରକ୍ଷିତ ବାତାବରଣ ସୃଷ୍ଟି ହୋଇଛି l କୋଭିଡ -୧୯ ମହାମାରୀରେ ରାଜ୍ୟ ଓ ସକନ୍ଦ୍ର ସରକାରଙ୍କ ଗରିବ, ମଧ୍ୟବିତ ଓ ଚାଷୀ, ଶ୍ରମିକ ଭଳି ଅଣ ସଂଗଠିତ ଶ୍ରେଣୀ ବିରୋଧୀ ମାନବିକତାର ପର୍ଦ୍ଦା ଫାଶ ହୋଇଛି । ବିନା ଆଲୋଚନା, ବିନା ଯୋଜନା କରୋନା ମହାମାରୀ ଘୋଷଣା କରି ତରବରିଆ ତାଲାବନ୍ଦି ଫଳରେ ଦେଶର ଆର୍ଥିକ ଅବସ୍ଥାକୁ ଦୋହଲାଇ ଦେଇଛି । କଳକାରଖାନା, ଦୋକାନ ବଜାର ବନ୍ଦ ହେବା ଫଳରେ କ୍ଷୁଦ୍ର ବ୍ୟବସାୟୀ, ଶ୍ରମିକ, ବାସହୀନ ଓ ଭଡାଟିଆ ପରିବାର, ପ୍ରାଇଭେଟ କର୍ମଚାରୀ ମାନେ ବିପୁଳ ପରିମାଣରେ କ୍ଷତି ସହିଛନ୍ତି । ଏହି ଗଣ ପ୍ରତିବାଦରେ ମୁଖ୍ୟ ଦାବୀ ହେଲା ବରିଷ୍ଠ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ପ୍ରକୃତ ହତ୍ୟାକାରୀଙ୍କୁ କୋଠର ଦଣ୍ଡ ଦିଆଯାଉ ଏବଂ ଭିମା କୋରେଗାଓଁ, ନାଗରିକତା ଆଇନ ଆନ୍ଦୋଳନରେ ସାମିଲ ଥିବା ସମସ୍ତ ନିର୍ଦୋଶ ମାନବ ଅଧିକାରକର୍ମୀ, ବୁଦ୍ଧିଜୀବୀଙ୍କୁ ନିସ୍ଵାର୍ଥପର ଖଲାସ କରି ଉପ ଭଳି କଳା ଆଇନକୁ ବାତିଲ କରାଯାଉ । ଶିକ୍ଷା, ସ୍ୱାସ୍ଥ୍ୟ, ରେଳବାଇ, ବିମାନ ଚଳାଚଳ ଭଳି ସମସ୍ତ ରାଷ୍ଟ୍ରୀୟ ସମ୍ପତ୍ତି ପ୍ରାଇଭେଟ କମ୍ପାନୀ ହାତକୁ ଟେକିବା ବନ୍ଦ କରାଯାଉ । କରୋନା ମହାମାରୀ ଆଳରେ ଛଟେଇ ହେଇଥିବା ସମସ୍ତ ପ୍ରାଇଭେଟ ଓ ସରକାରୀ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସହ ସମ୍ପୂର୍ଣ୍ଣ ଦରମା ଦିଆଯାଉ । ସମସ୍ତ ଶିକ୍ଷିତ ଓ ଅଣଶିକ୍ଷିତ ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦିଆଯାଉ ନଚେତ ମାସିକ ବେକାରୀ ଭତ୍ତା ଦିଆଯାଉ । ସମସ୍ତ ହସ୍ପିଟାଲରେ ଆବଶ୍ୟକ ଡକ୍ଟର, କର୍ମଚାରୀ ନିଯୁକ୍ତି ସହ ଯନ୍ତ୍ରପାତି ଯୋଗାଇ ଦିଆଯାଉ । କରୋନା ମହାମାରୀରେ ବିଦ୍ୟୁତ ବିଲ, ପାଣି ବିଲ, ଘର ଶୁଳ୍କ ଅଦାୟ ସମ୍ପୂର୍ଣ୍ଣ ବାତିଲ କରାଯାଉ । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସହ ସମସ୍ତ ନିତ୍ୟ ବ୍ୟବହାର ଜିନିଷର ଦରଦାମ ବୃଦ୍ଧି ବନ୍ଦ କରାଯାଉ । ସମସ୍ତ ବାସହୀନ ପରିବାରଙ୍କୁ ଜମି ପଟ୍ଟା ସହ ବାସଗୃହ ଯୋଗାଇ ଦିଆଯାଉ । କରୋନା ମହାମାରୀରେ ପ୍ରତ୍ୟେକ ପରିବାରର ଭରଣପୋଷଣ ପାଇଁ ସହାୟତା ରାଶୀ ପ୍ରଦାନ କରାଯାଉ । ପ୍ରତ୍ୟେକ ପରିବାରକୁ ଚାଉଳ ଯୋଗାଇବା ସହ ଡାଲୀ, ଗହମ, ତେଲ, ଚିନି ଦେବା ସହ ବିଧବା ଭତା ଓ ବାଦ୍ଧକ୍ୟ ଭତା ବୃଦ୍ଧି କରାଯାଉ । ଏହି ଗଣ ଆନ୍ଦୋଳନ ପ୍ରତିବାଦରେ ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ଲୋକ ଶକ୍ତି ଅଭିଯାନ ରାଜ୍ୟ ସଭାପତି ଓ ବିଶିଷ୍ଠ ପରିବେଶଶବିତ ପ୍ରଫୁଲ୍ଲ ସାମନ୍ତରା, ଜନ ଜାଗରଣ ଅଭିଯାନର ଆବାହକ ମଧୁସୁଦନ, ରାଜନୈତିକ କର୍ମୀ ଅବନୀ ଗୟା, କ୍ରାନ୍ତିକାରୀ କୃଷକ ମହାସଭାର ସମ୍ପାଦକ ଶଙ୍କର ସାହୁ, ଆମେ ଯଦି ଉଠିବା ନାହିିଁ ଅଭିଯାନର ରାଜ୍ୟ ନେତ୍ରୀ ଲେନା ଚାନ୍ଦ, ଏନଏଚଆରସି ତରଫରୁ ରାଜେନ୍ଦ୍ର ପାତ୍ର, କିନ୍ନର ମହାସଂଘ ଗଞ୍ଜାମର ଉପସଭାପତି ଶାନ୍ତି ଦାସ, ywca ତରଫରୁ ରତନ କେତନ, ମମତା ପାତ୍ର, ଅର୍ଚନା ନାୟକ, ଇପ୍ସିତା ମହାନ୍ତି, ଟି ଶାନ୍ତିନଳିନୀ, ଆଇନଜୀବୀ ଓ ମହିଳା ନେତ୍ରୀ ସୁପ୍ରଭା ନାୟକ ସମେତ ଅନେକ ନେତୃତ୍ଵ ବୃଦ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା