ଗଞ୍ଜାମ ଓକିଲ ସଂଘର ନିର୍ବାଚନ ନିମନ୍ତେ ଆଜିଠୁ ଆରମ୍ଭ ହେଲା ନାମାଙ୍କନ ପତ୍ର ଦାଖଲ…

ଆସନ୍ତା ମାର୍ଚ୍ଚ ୩୦:୨୦୨୪ ତାରିଖରେ ହେବାକୁ ଥିବା ଗଞ୍ଜାମ ଓକିଲ ସଂଘ ନିର୍ବାଚନ ନିମନ୍ତେ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ସଭାପତି ପଦ ନିମନ୍ତେ ୩ଜଣ, ଉପସଭାପତି ନିମନ୍ତେ ୨ଜଣ ଓ ସମ୍ପାଦକ ନିମନ୍ତେ ୩ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଅନିଲ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ଟି. ଭେଙ୍କଟ ରାଓ ବହୁ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ମାନଙ୍କ ସହ ମିଶି ବଡ଼ ଆଡମ୍ବରରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଆସନ୍ତା ନିର୍ବାଚନରେ ମୁ ନିଶ୍ଚୟ ଉତ୍ତୀର୍ଣ୍ଣ ହେବି ବୋଲି ମୋର ଆଶା।ମୁ ଉତ୍ତୀର୍ଣ୍ଣ ହେଲା ପରେ ଆଇନଜୀବୀ ଯଥା ବରିଷ୍ଠ ଓ କନିଷ୍ଠ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥାର ଉନ୍ନତି ଓ ବାର୍ ଆସୋସିଏସନ୍ ର ଆଜିର ଯାହା ପରିସ୍ଥିତି ରହିଛି ତାର ଉନ୍ନତି ସକାଶେ ବରିଷ୍ଠ ଆଇନଜୀବୀ ଓ କନିଷ୍ଠ ଆଇନଜୀବୀ ତଥା ସମସ୍ତ ଓକିଲ ବନ୍ଧୁଙ୍କ ଆଶୀର୍ବାଦ ଓ ଉପଦେଶ ନେଇ କାର୍ଯ୍ୟ କରିବି। ଶେଷରେ ସେ ସମସ୍ତ ଓକିଲ ବନ୍ଧୁ ମାନଙ୍କୁ ଅନୁରୋଧ କରି ଭୋଟ ଭିକ୍ଷା କରି କହିଛନ୍ତି ମୋତେ ଆପଣ ମାନେ ଆଶୀର୍ବାଦ ଦେଇ ମୋତେ ଏହି ନିର୍ବାଚନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ।
ରିପୋର୍ଟ:ଜିଲ୍ଲାପ୍ରତିନିଧି ରଜତ ପଟ୍ଟନାୟକ