ଗଞ୍ଜାମରେ ଅଗଷ୍ଟ ୩୧ଯାଏଁ କୋଭିଡ କଟକଣା ସମ୍ପର୍କରେ ସୂଚନା ଦେଲେ ଜିଲ୍ଲାପାଳ…

ବ୍ରହ୍ମପୁର/ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମରେ କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଆଜିଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ ସେ ଗଞ୍ଜାମରେ କିଛି ଦିନ ହେବ ପଜିଟିଭ ସଂଖ୍ୟା କମୁଛି ବୋଲି ସୂଚନା ଦେଇଛନ୍ତି । କିନ୍ତୁ ମାତ୍ର ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗଞ୍ଜାମରେ ରହୁଛି । ଘରକୁ ଘର ବୁଲି ସର୍ଭେ କରିବା ଦ୍ୱାରା ପଜିଟିଭ ସଂଖ୍ୟା କମିଛି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବଢିବାର କାରଣ ଅମ୍ଲଜାନ ସ୍ତର କମିବା ଯୋଗୁଁ ହେଉଛି ବୋଲି କହିଛନ୍ତି ଜିଲ୍ଲାପାଳ । ଏଣୁ ରୋଗକୁ ଲୁଚାନ୍ତୁ ନାହିଁ, ଦେହ ଖରାପ ହେଲେ ଡାକ୍ତରଙ୍କୁ ଦେଖାନ୍ତୁ । ଅଶ୍ୱିନୀ ହସ୍ପିଟାଲ ୧୫୦ ବେଡ଼ ଓ ଏମକେସିଜି ୧୫୦ ବେଡ଼ ସହ ଉଭୟରେ ୨୪ ଲେଖାଏଁ ଆଇସିୟୁ ରହିଥିବା ମେଡିକାଲ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଗଞ୍ଜାମ ଓ ବ୍ରହ୍ମପୁରକୁ ଅନ୍ୟ ଅଞ୍ଚଳର ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ରହିବ । ଲକଡାଉନ ଯୋଗୁଁ ଗଞ୍ଜାମରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । ତେଣୁ ଅଗଷ୍ଟ ୩୧ ଯାଏଁ ମଧ୍ୟ ଲକଡାଉନ ରହିବ ବୋଲି ସେ କହିଛନ୍ତି । ଏହାସହୟ ନାଇଟ କର୍ଫ୍ୟୁ ଓ ସାପ୍ତାହିକ ଦୁଇଦିନିଆ ଶନିବାର ଓ ରବିବାର ସଟଡାଉନ କଟକଣା ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କେବଳ ସକାଳ ୭ ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ଖୋଲା ରହିବ । ସାମାଜିକ ଦୂରତା ନ ରଖିଲେ ଦୋକାନ ସିଲ୍ କରିବା ସହ ଜୋରିମାନା ଆଦାୟ କରାଯିବ । ଏହାସହ ଦୋକାନୀ ମାସ୍କ ପିନ୍ଧିବା, ସର୍କଲ ଓ ବ୍ୟାରିକେଡ଼ କରିବା ବାଧ୍ୟତାମୂଳକ । ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ୍ ରଖିବେ ଦୋକାନୀ । ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ୍ କରିବେ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ । ଏହାସହ ଜିଲ୍ଲାରେ କରୋନା କଟକଣା ଯୋଗୁଁ ବ୍ରହ୍ମପୁର ସୀମା ସିଲ୍ ରହିଛିଅତି ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଛଡ଼ାଯାଉଛି ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି । ଯଦି କୌଣସି ଜରୁରୀ କାର୍ଯ୍ୟ କରିବା ପାଇଁ ବାହାରକୁ ଯିବାକୁ ପଡେ ତେବେ ୧୦୦କୁ ଡାଏଲ୍ କଲେ ଜିଲ୍ଲା ବାହାରକୁ ଯିବାକୁ ଇ-ପାସ୍ ଦିଆଯିବ । ବର୍ତ୍ତମାନ ସୁଦ୍ଧା ୨ ଶହରୁ ଅଧିକ ପାସ୍ ମଧ୍ୟ ଦିଆଯାଇଛି । ବାହାର ଜିଲ୍ଲାରେ କାମ କରୁଥିବା ଲୋକ ପରିଚୟ ପତ୍ର ଦେଖାଇ ଯାଇପାରିବେ ବୋଲି ପ୍ରେସ୍‌ ମିଟରେ କହିଛନ୍ତି ଏସ୍‌ପି । ଏହାସହ ନିହାତି ଆବଶ୍ୟକ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ । ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଉଛି । ସୋମବାର ଠାରୁ ଦୋକାନ ଖୋଲିବ, ଏଣୁ ସେ ଦିନ ଗହଳି ରହୁଛି, ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କହିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ । ଏହାସହ ମାସ୍କ ଜରିମାନା ଆଦାୟ କରିବାକୁ ପୋଲିସର ଦାୟିତ୍ୱ ନୁହେଁ । କିନ୍ତୁ ସଂକ୍ରମଣକୁ ରୋକିବା ପାଇଁ ବାଧ୍ୟରେ ଜରିମାନା ଆଦାୟ କରାଯାଉଛି ବୋଲି କୁହାଯାଇଛି । ଶେଷରେ ଗତ ୪ ମାସ ହେଲା ସମସ୍ତ ଜନସାଧାରଣ ସହଯୋଗ କରିଥିବାରୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି କହିଲେ ଗଞ୍ଜାମ ଜିଲାପାଳ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା