ଗଜପତି ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ନେଲେ ସିତାରାମ ଶତପଥି…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ବ ନେଲେ ସିତାରାମ ଶତପଥି । ଶ୍ରୀ ଶତପଥୀ ଏଠାକୁ ଆସିବା ପୂର୍ବରୁ ଗଞ୍ଜାମ ପୋଲିସ ଜିଲ୍ଲା ଛତ୍ରପୁରଠାରେ ସେହି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ । ମସିହା ୨୦୦୨ ରୁ ୨୦୦୫ ପର୍ଯ୍ୟନ୍ତ ଏଠାରେ ସେ ପାରଳାଖେମୁଣ୍ଡି ସହର ଥାନାରେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ଶ୍ରୀ ଶତପଥି ପୁଣି ଏଠାରେ ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦାୟିତ୍ୱ ଗ୍ରହଣ କରିଥିବାରୁ ଗଜପତି ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀ ଗରୁଡଧ୍ଵଜ ଚୌଧୁରୀ,ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ସମ୍ପାଦକ କୃଷ୍ଣ କୁମାର ବେହେରା, କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ବାପି ପଣ୍ଡା, ଶିଶିର ଗୌଡ଼, ପ୍ରବୀଣ ଲିମା, ଶିବାଜୀ ପଟ୍ଟନାୟକ , ବିବେକାନନ୍ଦ ବେହେରାଙ୍କ ସମେତ ଅନ୍ୟାନ୍ୟ ସାମ୍ବାଦିକମାନେ ତାଙ୍କୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇ ଗଜପତି ଜିଲ୍ଲାରେ କାର୍ଯ୍ୟ ରତ ସାମ୍ବାଦିକ ମାନକୁ ସୁରକ୍ଷା ଦେବା ନେଇ ସାହାଯ୍ୟ ଓ ସହଯୋଗ ଯୋଗେଇଦେବା ନିମନ୍ତେ ଉଚିତ ପଦକ୍ଷେପ ନେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା