ଗଜପତି ଜିଲ୍ଲାରେ ଦୁର୍ଘଟଣା ହ୍ରାସ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଶୁକ୍ରବାର ଅପରାହ୍ନରେ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅନୁପମ ଶାହା ସଭାପତିତ୍ୱ କରି ଜିଲ୍ଲାରେ ଦୁର୍ଘଟଣା କମାଇବା ସହ ମୃତ୍ୟୁ ସଂଖ୍ୟା ହ୍ରାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସମସ୍ତେ ନୂତନ ସଡକ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ । ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମୀକ୍ଷା କରିଥିଲେ । ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ପୋଲିସ ପକ୍ଷରୁ ନୂତନ ନିୟମ ପାଳନକୁ ନେଇ ବାରମ୍ବାର ଯାଞ୍ଜ କରାଯାଇଛି ବୋଲି କହିଥିଲେ । ସ୍କୁଲ ବସଗୁଡିକୁ ଯାଞ୍ଜ କରିବାକୁ ଏକ ଟିମ ଗଠନ ଏସପି କହିଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଓ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ ଏବଂ ଏମଭିଆଇ ବସନ୍ତ କୁମାର ମହାପାତ୍ର ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ସମେତ ପୂତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ – କୃଷ୍ଣ କୁମାର ବେହେରା