ଗଙ୍ଗାଧର ଦୃଷ୍ଟିଶକ୍ତି ପାଇଲେ: ଆନନ୍ଦରେ ଭୋଜି ଦେଲେ ନୀଳାଞ୍ଚଳ…

ସୋରଡା(ସମୃଦ୍ଧ ଓଡିଶା)ଅସ୍ତ୍ରୋପଚାର ହୋଇ ସୁସ୍ଥ ହୋଇ ଫେରିଛନ୍ତି ଗଙ୍ଗାଧର । ନୀଳାଞ୍ଚଳ ତାଙ୍କୁ ଏଠାରେ ରବିବାର ଚକ୍ଷୁ ଶିବିରରେ ପରୀକ୍ଷା କରାଇ ହିଂଜିଳିକାଟୁ ଶଙ୍କର ଚକ୍ଷୁ ଡାକ୍ତରଖାନାକୁ ନେଇ ମଙ୍ଗଳବାର ଆଜି ସକାଳୁ ଏଠାରେ ଆସି ଘରେ ପହଞ୍ଚିଛନ୍ତି । ବର୍ତ୍ତମାନ ସେ ଠିକ ରୂପେ ଦେଖି ପାରୁଛନ୍ତି ବୋଲି ନୀଳାଞ୍ଚଳ କହିଛନ୍ତି । ପୁଣି ଦ୍ରୁଷ୍ଟି ଶକ୍ତି ଫେରି ପାଇ ଗଙ୍ଗାଧର ଖୁବ ଆନନ୍ଦିତ ଥିବା ଦେଖାଯାଇଛି .। ସୂଚନା ଯୋଗ୍ୟ ଯେ ସ୍ଥାନୀୟ ଗୋଲା ସାହିର ଏମ ଗଙ୍ଗାଧର ପାତ୍ର ବୟସ ୬୫ ,ଶରୀର ଥକିଗଲାଣି ,ବାଳ ପଚିଗଲାଣି ,ଭଙ୍ଗା ଦୋଦରା ରିକ୍ସା ଖଣ୍ଡେ ରଖି ଫଳ ବ୍ୟବସାୟୀ ମାନଙ୍କ ଜିନିଷ ବୋହି ନେବା ଆଣିବା କରୁଥିଲେ . ସେଥିରୁ କିଛି ଅର୍ଥ ମିଳିଲେ କିଛି ଖାଇବାକୁ ପାଉଥିଲେ । ସଚେତନ ର ଅଭାବ ,ଶିକ୍ଷା ର ଅଭାବ ,ସହଯୋଗ ମିଳୁନଥିବା ବେଳେ କେହି ସାହାର୍ଯ୍ୟ ର ହାତ ବଢାଇନଥିଲେ । ଭଲଥିଲା ବେଳେ ତାକୁ ଡହ ଡହ ଖରାରେ ଖଟାଇ କାମ ଆଦାୟ କରୁଥିଲେ । ପରିବାର ପାଇଁ ଅଲୋଡା ହୋଇଯାଇଥିବା ଗଙ୍ଗାଧର ଙ୍କ କିଛି ମାସ ହେଲା ଆଖି ଦୁଇ ଟିକୁ ଦିଶୁ ନଥିଲା ।ଫଳରେ ଅବସ୍ଥା ଆହୁରି କଷ୍ଟ ଦାୟକ ହୋଇଗଲା । ଏଣେ ତେଣେ ମନ୍ଦିର ବାରଣ୍ଡାରେ ଦିନ କାଟୁଥିଲେ ଗଙ୍ଗାଧର । ଯେଉଁ ବ୍ୟବସାଇ ମାନଙ୍କ ପାଇଁ ଦିନରାତି ସେବା ଯୋଗାଉଥିଲେ ସେମାନେ ମଧ୍ୟ ଆଉ ପଚାରୁନାହାନ୍ତି । ତେବେ ବରାଡି ଅଞ୍ଚଳର ଯୁବ ସମାଜ ସେବି ନୀଳାଞ୍ଚଳ ମଲିକ ଙ୍କ କିଛିଦିନ ହେବ ଦ୍ରୁଷ୍ଟି ପଡିଥିଲା ଗଙ୍ଗାଧର ଙ୍କ ଉପରେ । ତାଙ୍କୁ କିପରି ଆଖି କୁ ଠିକ କରାଇବା ପାଇଁ ସେ ବ୍ଯାକୁଳ ହୋଇ ଉଠିଥିଲେ । ଏପରିକି ରବିବାର ଏଠାରେ ଶଙ୍କର ଚକ୍ଷୁ ଡାକ୍ତର ଖାନା ର ଶିବିର ଆୟୋଜନ ହେଉଥିବା ଖବର ପାଇ ନୀଳାଞ୍ଚଳ ୩ ଦିନ ହେବ ଗଙ୍ଗାଧର ଙ୍କୁ ଖୋଜା ଲଗାଇଥିଲେ । ରବିବାର ସକାଳୁ ବିଭିନ୍ନ ସ୍ଥାନରେ ଖୋଜା ଆରମ୍ଭ କରିଥିଲେ । ମଧ୍ୟାହ୍ନ ରେ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ସେ ଥିବା ଜାଣି ତାଙ୍କୁ ଆଣି ଚକ୍ଷୁ ପରୀକ୍ଷା କରାଇ ଅଧିକ ଚିକିଛ୍ଯା ପାଇଁ ଶଙ୍କର ଚକ୍ଷୁ ଡାକ୍ତରଖାନା ହିଂଜିଳି କାଟୁ କୁ ନେଇଛନ୍ତି । ଗଙ୍ଗାଧର ସୁସ୍ଥ ହୋଇ ପୁଣି ସମସ୍ତଙ୍କୁ ନିଜ ଆଖିରେ ଦେଖିପାରିବା ନେଇ ଆଶା ରଖିଛନ୍ତି ନୀଳାଞ୍ଚଳ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ