ଗଂଜାମ ଜିଲ୍ଲା ସ୍ୱଚ୍ଛତାଗ୍ରାହୀ ସଂଙ୍ଗଠନର ପ୍ରଥମ ବୈଠକ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଦ୍ଧଖୋଲ ପାଦଦେଶରେ ରବିବାର ଦିନ ଗଂଜାମ ଜିଲ୍ଲାର ୨୨ଟି ବ୍ଲକର ସ୍ୱଚ୍ଛତାଗ୍ରାହୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାରିଣୀ ଭୂୟାଁ ଅଧ୍ୟକ୍ଷତା କରି ସ୍ୱଚ୍ଛତାଗ୍ରାହୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କେ ଆଲୋଚନା କରିଥିଲେ । ଏହି ବୈଠକରେ ସର୍ବସମ୍ମତି କ୍ରମେ ନବ ନିର୍ବାଚିତ କର୍ମକର୍ତ୍ତା ଭାବେ ଶିବରାମ ପ୍ରଧାନ (ସଭାପତି), ଗଗନ ବେହେରା (ଉପସଭାପତି), ନୃସିଂହ ଚରଣ ଦାସ (ସଂପାଦକ), ନଗୁରୁ ପ୍ରଧାନ (ସହସଂପାଦକ), ସୁରେନ୍ଦ୍ର ନାଥ ପାତ୍ର (କୋଷାଧ୍ୟକ୍ଷ) ଓ ସଂଜୟ କୁମାର ମହାରଣା (ସଂଯୋଜକ) ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିସହ ସଂଗଠନର ଉପଦେଷ୍ଟା ଭାବେ ନନ୍ଦିନୀ ସାମଲ, ଲକ୍ଷ୍ମୀ ନାରାୟଣ ନାୟକ, ତାରିଣୀ ଚରଣ ଭୂୟାଁ, ଭଗବାନ ସ୍ୱାଇଁ ଓ ଲିଙ୍ଗରାଜ ଦୋରା ପ୍ରମୁଖ ମନୋନୀତ ହୋଇଥିଲେ । ଶେଷରେ ସମସ୍ତ କର୍ମକର୍ତ୍ତାମାନଙ୍କ ଶପଥପାଠ ଗ୍ରହଣ କରିଥିଲେ ।