ଖୁଲୁଡା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର ପଶ୍ଚିମବାର୍ଡ, ଛମୌଜ, ପାଇକସିଦା, ମେଦିନୀପୁର କ୍ଲଷ୍ଟରକୁ ନେଇ ଏକ ସମୀକ୍ଷା ବୈଠକ ଖୁଲୁଡା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ଜେନା ଉପସ୍ଥିତ ରହି ୫୦ଟି ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକମାନଙ୍କୁ ଉଦ୍ଦେଶ୍ୟ ଜ୍ଞାପନ କରାଇଥିଲେ । ଅମିତ୍ କୁମାର ଦତ୍ତସରକାରଙ୍କ ନିତୀନିୟମ ଓ ପିଲାଙ୍କୁ ଦିଆଯାଉଥିବା ସୁବିଧାସୁଯୋଗ ତୃଣମୂଳ ସ୍ତରରେ ପହଞ୍ଚିବା ସଂପର୍କରେ କହିଥିଲେ । ସିଆର୍‌ସିସି କୃଷ୍ଣଚନ୍ଦ୍ର ମାଝି, ସୁବେଶଚନ୍ଦ୍ର ପ୍ରଧାନ, ମିନାରାଣୀ ପରିଡା, ଶ୍ରୀକାନ୍ତ ଧଳ, ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନ ଓ ଯୁଗଳକିଶୋର ଜେନା ପ୍ରମୁଖ ଏ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ଡ. ଅଜିତ୍ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସଂଜୟ କୁମାର ପାକଳ ଅତିଥି ପରିଚୟ, ଅଜଂନ କୁମାର ପ୍ରଧାନ ସ୍ୱାଗତ ଓ ସୂଚନା ଦେଇଥିଲେ । ରଜଉତ୍ସବ ସମରୋହ ଶେଷ ଦିନରେ ବିଦ୍ୟାଳୟ ପକ୍ଷରୁ ୧୦୦ଟି ବୃକ୍ଷରୋପଣ କରାଯାଇଥିଲା । ରଜନୀ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ଖୁଲୁଡା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟ ରାଜ୍ୟସ୍ତରୀୟ ପ୍ରକୃତିମିତ୍ର ପୁରସ୍କାର ପାଇଥିବାରୁ ଡ. ଅଜିତ୍ କୁମାର ମହାନ୍ତିଙ୍କୁ ସେଠାରେ ଉଚ୍ଛସିତ ସମ୍ବର୍ନ୍ଧନା ଜ୍ଞାପନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା