ଖୁବ୍‌ଶୀଘ୍ର ରୋଗୀଙ୍କୁ ମିଳିବାକୁ ଯାଉଛି ୧୭ଟି ଅଧିକାର

ଅନେକ ସମୟରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ଗରିବ ଲୋକ ନିଜର ସମସ୍ତ ଝାଳବୁହା ଧନକୁ ମେଡିକାଲରେ ଚିକିତ୍ସା ପାଇଁ ସାରି ଦେଇଥାଏ ଫଳରେ ସମୟ ଏଭଳି ଆସେ କି ଡିସଚାର୍ଜ ହେବା ବେଳକୁ ତା ପାଖରେ ଟଙ୍କାଟିଏ ବି ନଥାଏ, ଆଉ ଏଭଳି ପରିସ୍ଥିତିରେ ମେଡିକାଲ କର୍ତ୍ତୃପକ୍ଷ ରୋଗୀକୁ ଛାଡିବାକୁ ମଙ୍ଗିନଥାନ୍ତି। ଏହାବ୍ୟତୀତ ଟଙ୍କା ଜମା ନ କରିବାରୁ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ମୃତକର ଶବକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିନଥାନ୍ତି। ଯେଉଁଥିପାଇଁ ଅନେକ ସମୟରେ ଉଭୟ ମେଡିକାଲ କର୍ତ୍ତୃପକ୍ଷ ଏବଂ ମୃତକ ପରିବାର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥାଏ। ତେବେ ଜନତାଙ୍କ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଖୁବ୍‌ ଶୀଘ୍ର ଏଭଳି କିଛି ଅଧିକାର ରୋଗୀ ଏବଂ ରୋଗୀଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି, ଯାହାଦ୍ୱାରା ଏବେ ଆଉ କୌଣସି ବି ମେଡିକାଲ ଟଙ୍କା ଜମା ନକଲେ ବି ରୋଗୀର ମୃତ ଦେହକୁ ରଖିପାରିବ ନାହିଁ । ସରକାର ଖୁବ ଶୀଘ୍ର ହିଁ ଏକ ‘Patient’s charter ’ ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଯେଉଁଥିରେ ରୋଗୀଙ୍କୁ ୧୭ଟି ଅଧିକାର ମିଳିବ। ଆଉ ଏହି ଅଧିକାର ବଳରେ ରୋଗୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ।