ଖୁଆଡ ହସ୍ପିଟାଲ ନିକଟରେ ହାତୀ : ଆତଙ୍କିତ ଗ୍ରାମବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଖୁଆଡ ହସ୍ପିଟାଲ ନିକଟରେ ଆଜି ଏକ ଦନ୍ତାହାତୀ ରାସ୍ତାରେ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ କକୁଆଭୟ ସୃଷ୍ଟି ହୋଇଛି । ହାତୀଟି ଗୋଷ୍ଠିଖଣ୍ଡିଆ ହୋଇ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି । ହାତୀଟି କାହାର କିଛି କ୍ଷତି କରୁନଥିବା ବେଳେ ଆଜି ଏକ ଫାର୍ମ ହାଉସ୍ ମଧ୍ୟକୁ ପଶି ଯାଇଥିଲା । ହାତିଟି କୁଶଗଡ ରାସ୍ତାରେ ଜଙ୍ଗଲ ମୁହାଁ ହୋଇଥିବା ଜଣାଯାଇଛି । ଜଳେଶ୍ୱର ରେଞ୍ଜର ସରୋଜ ମହାନ୍ତିଙ୍କ ନିର୍ଦ୍ଦେଶରେ ରାଇବଣିଆ ଫରେଷ୍ଟର ସମୌରଞ୍ଜନ ମାଝିଙ୍କ ସହିତ ବନକର୍ମଚାରୀମାନେ ହାତୀଟିକୁ ପଶ୍ଚିମବଙ୍ଗକୁ ଘଉଡାଇବା ଲାଗି ପ୍ରୟସ ଜାରି ରଖିଛନ୍ତି । ସୂଚନା ଯୋଗ୍ୟ ରାଇବଣିଆ ଅଂଚଳରେ ହାତୀମାନେ ବାରମ୍ବାର ଆସି ଫସଲ ନଷ୍ଟ ସହିତ ଘର ଦ୍ୱାର ଭାଂଗୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ଲାଗି ସାଧାରଣରେ ଦାବି ହେଉଛି ।