ଖାଲ୍ଲିକୋଟର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ:ବହୁ ମଦ ଜବତ ୪ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଳାଙ୍ଗ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦେଶ କ୍ରମେ ଗତକାଲି ଖଲିକୋଟର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ଅବକାରୀ ଇନିସ୍ପେକ୍ଟର ଛତ୍ରପୁର ଦିପ୍ତିମୟୀ ସାହ, ଅବକାରୀ ଇନିସ୍ପେକ୍ଟର ଜିଲ୍ଲା ଭ୍ରାମ୍ୟମାଣ ପ୍ରୀତିଧାରା ନାୟକ ଓ ଖଲ୍ଲିକୋଟ ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁ ଓ ସବଇନିସ୍ପେକ୍ଟର ଜିଲ୍ଲା ଭ୍ରାମ୍ୟମାଣ ଦୁଃଜ୍ୟୋଧନ ଦିଗଲଙ୍କ ମିଳିତ ଅନୁକୁଲ୍ୟରେ କରାଯାଇ ଖଲିକୋଟର ହରିଦାମୂଳ ଛକରୁ ପିଣ୍ଟୁ ଗୌଡ଼, କହେଁଇପୁର ଛକରୁ ସଂତୀଶ ରାଉତଙ୍କୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରିବା ସହ ୯ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ସେହିପରି ଅଙ୍ଗାରଗାଓଁରୁ ନାରାୟଣ ସାହୁଙ୍କ ଠାରୁ ୫.୫ ଲିଟର ଵିଅର ଜବତ କରିବା ସହ ପଥର ଅଞ୍ଚଳରୁ ଚନ୍ଦ୍ରମା ପା ପଲେଇଙ୍କ ଠାରୁ ୩.୦୬ଲିଟର ବିଦେଶୀ ମଦ ଜବତ କରି ସମସ୍ତଙ୍କୁ କୋର୍ଟଚାଳନ କରାଯାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା