ଖାନନଗର ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଶରଥପୁର(ସମୃଦ୍ଧଓଡିଶା) ଦଶରଥପୁର ବ୍ଲକସ୍ତ ଖାନନଗର ପଞ୍ଚାୟତରେ ଆଜି ବିଯୁଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖାନନଗର ସୁନାମୁଖୀ ମନ୍ଦିର ନିକଟରୁ ଖାନନଗର ପଞ୍ଚାୟତର ସରପଞ୍ଚ ଶୁଭଶ୍ରୀ ମଲ୍ଲିକ, କମାରଡ଼ିହି ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଭାଗିରଥି ସାହୁ, ଯାଜପୁର ଜିଲ୍ଲା ବିଜୁ ଯୁବଜନତା ଦଳର ଉପସଭାପତି ବିରଜା ମଲ୍ଲିକ, ଖାନନଗର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠନେତା ଅଲେଖ ମଲ୍ଲିକ, ରବୀନ୍ଦ୍ର କୁମାର ସାହୁ,ଫକୀର ଚରଣ ସାହୁ, ପରୀକ୍ଷିତ ଯେନା, ଅଜୟ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀ ମାନେ ପଞ୍ଚାୟତର ୨ ନମ୍ବର ୱାର୍ଡରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ପ୍ରତି ପରିବାରକୁ କର୍ମୀ ମାନେ ଯିବା ସହ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଜନସାଧାରଣ ମାନଙ୍କ ପାଇଁ କାର୍ଯ୍ୟକାରି କରିଥିବା ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣ ମାନଙ୍କୁ ଅବଗତ କରିବା ସହ ଜଦି କୌଣସି ପରିବାର ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଥାନ୍ତି ତେବେ ସେହି ପରିବାର ଗୁଡିକ କିପରି ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ସାମିଲ ହୋଇପାରିବେ ସେଥିପ୍ରତି କର୍ମୀ ମାନେ ଗୁରୁତ୍ୱ ଦେଉଥିବା ଦେଖିବା ପାଇଁ ମିଳିଥିଲା |

ରିପୋର୍ଟ : ରଜତ ମହାପାତ୍ର