ଖଲ୍ଲିକୋଟ ବ୍ଲକ କୋମଣ୍ଡ ଜିପିରେଥିବା ବିସିସି ବ୍ୟାଙ୍କରେ ୬ କୋଟି ଟଙ୍କାର ସ୍କାମ : ୧୩ ଶହ ଜମାକାରୀଙ୍କ ମଧ୍ୟରୁ ମାତ୍ର ୮୦ ପାଇଛନ୍ତି ଖାତା-କଂଗ୍ରେସର ଗଣଧାରଣା ଓ ପ୍ରତିବାଦ ସଭା…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୋମଣ୍ଡ ଗ୍ରାମ ପଞ୍ଚାୟତରେ ଥିବା ବ୍ରହ୍ମପୁର କୋପରେଟିର ସୋସାଇଟ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଘୋଟଲା ଅଭିଯୋଗ । ଏହି ସୋସାଇଟ ଅଧୀନରେ ପାଖାପାଖି ୧୩୦୦ ସଭ୍ୟ ତଥା ଏକାଉଣ୍ଟ ହୋଲଡର/ଜମାକାରୀ ଥିବା ବେଳେ ମାତ୍ର ୮୦ ଜଣଙ୍କୁ ମିଳିଛି ଜମାଖାତା। ଅଭିଯୋଗ ପ୍ରକାରେ ସେମାନେ ୫ ହଜାର ୧୦ ଶହର ଅଥବା ୨୦ ହଜାର ଟଙ୍କା ଋଣ କରିଥିବା ବେଳେ ସେମାନଙ୍କ ନାଆଁରେ ୫୦ରୁ ୬୦ ହଜାର ଏପରିକି ଅଧିକାଂଶ ଏକାଉଣ୍ଟରେ ଲକ୍ଷାଧିକ ଟଙ୍କାର ଋଣ ଉଠାଯାଇଛି। ଆର.ସରସ୍ୱତୀ ରେଡ୍ଡୀଙ୍କ ନାଆଁରେ ୪ ଲକ୍ଷ ୬୨ ହାଜର ଟଙ୍କା ଋଣ ଉଠାଯାଇଥିବା ଜଣାପଡିଛି । ସବୁଠାରୁ ବଡ଼ ଦୁଃର୍ଭାଗ୍ୟର କଥା ୧୩ ଶହ ଖାତାଧାରୀଙ୍କ ମଧ୍ୟରୁ ମାତ୍ର ୮୦ ଜଣଙ୍କୁ ସେମାନଙ୍କ ପାସବୁକ ଦିଆଯାଇଛି। କେତେକଙ୍କ ନାଆଁରେ ଏକାଧିକ ଖାତା ଖୋଲାଯାଇ ଋଣ ଉଠାଯାଉଥିବା ଜଣାପଡିଛି। ହସ୍ତଗତ ତଥ୍ୟରୁ ଘୋଟଲା ପରିମାଣ ୫/୬ କୋଟିରୁ ଅଧିକା ହେବ ବୋଲି ଅନୁମାନ କରାଯାଉଛି । ପ୍ରଥମେ କିଛି ଖାତାଧାରୀଙ୍କ ମୋବାଇଲକୁ ମେସେଜ ଆସିବାରୁ ହିତାଧିକାରୀଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା ଏବଂ ଖୋଳତାଡ଼ ପରେ ଆତ୍ମସାତ ହୋଇଥିବା ଜଣାପଡିଥିଲା । ଦୀର୍ଘ ୭ ମାସ ହେଲାଣି ଲିଖିତ ଭାବେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଫଳ କିଛି ହୋଇନାହିଁ । ଘୋଟଲାରେ ଶିକାର ହୋଇଥିବା ହିତାଧିକାରୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ତୁରନ୍ତ ଏହାର ତଦନ୍ତ କରାଯାଇ ସତ୍ୟା ସତ୍ୟ ଅନୁଧ୍ୟାନ କରି ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି । ଏନେଇ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ ଜିଲ୍ଲାସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା କରାଯାଇ ଖଲିକୋଟ ବିସିସି ବ୍ୟାଙ୍କ ଶାଖାକୁ ଘେରାଉ କରାଯାଇଥିଲା ଏଥିରେ ଜିଲ୍ଲାସଭାପତି ଡା.ତ୍ରିନାଥ ବେହେରାଙ୍କ ସମେତ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା,ବିଜୟ ସାହୁ,ରାଜ୍ୟ ସମ୍ପାଦକ ଭୋକିଲି ସେଠି,ପାଣ୍ଡଵ ଜାଲୀ ,ବିଶ୍ୱଜିତ ତରାଇ,ପ୍ରସନ ଆଚାର୍ଯ୍ୟ ,ଜୋନ ସଭାପତି ସୁଦର୍ଶନ ଖୁଣ୍ଟିଆ,ଅଜୟ ପଣ୍ଡା ,ମେଘନାଦ ଦଳାଇ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।ଏଥିରେ ଶତାଧିକ ହିତାଧିକାରୀ ଯୋଗଦେଇ ସେମାନଙ୍କ ଅଭିଯୋଗ ଉପସ୍ଥାପନ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା