ଖଲ୍ଲିକୋଟ ଅଞ୍ଚଳରେ ଅବକାରୀ ଚଢ଼ାଉ : ୪ ଗିରଫ, ୪ ମୋଟର ସାଇକେଲ ଜବତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ନିର୍ଦେଶ କ୍ରମେ ଅବକାରୀ ଉପ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନାରେ ଆଜି ଅବକାରୀ ବିଭାଗର ଦିପ୍ତିମୟୀ ସାହୁ ଅବକାରୀ ଇନସ୍ପେକ୍ଟର, ଛତ୍ରପୁର, ପ୍ରିତିଧାରା ନାୟକ, ଅବକାରୀ ଇନସ୍ପେକ୍ଟର, ଜିଲ୍ଲା ଭ୍ରାମ୍ୟମାଣ, ଉମାକାନ୍ତ ସ୍ୱାଇଁ, ଖଲିକୋଟ ଅବକାରୀ ଥାନା ଅଧିକାରୀ ଓ ଦୁର୍ୟୋଧନ ଦିଗଲ, ଉପନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ଓ ଷ୍ଟାଫଙ୍କ ଦ୍ୱାରା ଖଲିକୋଟର ସୌରା ଛଚିନା, ଲଙ୍ଗଳେଶ୍ୱର, ନାରାୟଣୀ ଛକ ଅଞ୍ଚଳରେ ଚଢ଼ାଉ କରି ଚୋରା ଦେଶୀ ମଦ କାରବାରରେ ଚାରି ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହି ଚଢ଼ାଉରେ ରାଜେନ୍ଦ୍ର ନାୟକ, ରବି ଗାଇନ, ବୁଡ଼ିଆ ଭୋଲ, ରସ୍ମିତ ସାହୁଙ୍କ ନିକଟରୁ ୧୨୦ ଲିଟର ବେଆଇନି ଦେଶୀ ମଦ ସହିତ ଚାରି ଗୋଟି ମୋଟର ସାଇକେଲ ଜବତ କରାଯାଇଛି । ଲକଡାଉନ ଯୋଗୁଁ ସରକାରୀ ମଦ ଦୋକାନ ବନ୍ଦର ସୁଯୋଗ ନେଇ ବେଆଇନି ମଦ କରବାର ବଢି ଯାଇ ଥିଲେ ମଧ୍ୟ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଜାରି ରହିଛି ଓ ଭବିଷ୍ୟତରେ ଜାରି ରହିବ ବୋଲି ଉପ ଅଧୀକ୍ଷକ ଶ୍ରୀ ବେହେରା କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା