ଖଙ୍କିରା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗ୍ରାମର ସଫେଇ କାର୍ଯ୍ୟକ୍ରମ ଆରମ୍ଭ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଖଙ୍କିରା ଗ୍ରାମବାସୀମାନଙ୍କ ମିଳିତ ଉଦ୍ୟମରେ ଗ୍ରାମର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଙ୍କିରା ଗ୍ରାମର ଯୁବକମାନେ ଅଂଶ ଗ୍ରହଣ କରି ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମରେ ଆସନ୍ତା ଦଶହରା ଓ ଲକ୍ଷ୍ମୀପୂଜା ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଗ୍ରାମର ସମସ୍ତ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରି ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଗ୍ରାମର ବରିଷ୍ଠ ନାଗରିକ ମାଧବ ଦାସଙ୍କ ଯୋଗଦାନ କରିଥିବାରୁ ଯୁବକ ମାନଙ୍କୁ ପ୍ରେରଣା ଦେଉଥିବା ଜଣାପଡିଛି ।

ରିପୋର୍ଟ : ଶୁଭମ କୁମାର ପାଣି