କ୍ରାନ୍ତି ଯୁବ ଛାତ୍ର ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଗତକାଲି କ୍ରାନ୍ତି ଯୁବ ଛାତ୍ର ସଂଗଠନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ତିରୋଧାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କ୍ରାନ୍ତି ଯୁବ ଛାତ୍ର ସଂଗଠନର ସଭାପତି ଇଜୁ ଆମିନ ଖାନ ଓ ଯୁବ ନେତା ଚିଙ୍କରା ବେହେରାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ପୋଲିସ ଜିଲ୍ଲାର ହେଡ଼କ୍ୱାର୍ଟ ଡ଼ିଏସପି ଉତ୍କଳ କେଶରୀ ଦାଶ, ଛତ୍ରପୁର ଆଇନଜୀବୀ ସଂଘର ସଭାପତି କେ.ଶିବରାମ ରେଡ୍ଡୀ, ସମ୍ପାଦକ ଏସ. ଶ୍ୟାମ କୁମାର, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ସିପିଆଇ ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ, ଦୁର୍ଯ୍ୟୋଧନ ନାହାକ, ଏନ. ଚିନନେୟା ପ୍ରମୁଖ ଅଂଶ ଗ୍ରହଣ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାରର ଡା. ସୁସ୍ମିତା ବେହେରା, ଲକ୍ଷ୍ମୀ ନାରାୟଣ ମାଝୀ, ଦିବାକର ତ୍ରିପାଠୀ, ରାମହରି ପଣ୍ଡା, ଚରଣ ଦେହୁରୀ, ଲକ୍ଷ୍ମଣ ବେହେରା, ନାଗଭୁଷଣ ପ୍ରଧାନ ଏବଂ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଏ.ଏନ. ରାଉତରାୟ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ମୋଟ ୭୩ ୟୁନିଟ ରକ୍ତ ସଂଗ୍ରହଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ମହେଶ କୁମାର ଗୌଡ଼, ବୀରେନ ରାଉଳ, ନୀଳାଞ୍ଚଳ ସେଠି, ଦେବାଶିଷ ମହାନ୍ତି, ଆଦିତ୍ୟ ନାରାୟଣ ଦାଶ, ଚିଦାନନ୍ଦ ପ୍ରଧାନ, ପ୍ରଦୀପ କୁମାର ନାହାକ, ଶ୍ରୁତିଶିଖା ମୁନି ଓ ପ୍ରିୟଙ୍କା ସାହୁ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା