କୋଭିଡ-୧୯ ଟୀକା କରଣକୁ ସଫଳତା କରିବା ପାଇଁ ଅନୁରୋଧ କଲେ ଯୁବମୋର୍ଚ୍ଚା ଟିମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ନିର୍ଦ୍ଧେଷ କ୍ରମେ ଯୁବମୋର୍ଚ୍ଚାର ଏକ ଟିମ ବ୍ରହ୍ମପୁର ସହରା ଅଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ବରିଷ୍ଠ ନାଗରିକ ଓ ମେଡିକାଲର ଡକ୍ଟର ସହ ଆଲୋଚନା କରି କୋଭିଡ-୧୯ ଟୀକା କରଣକୁ ବଡ ସଫଳତା ଦେବା ପାଇଁ ଅନୁରୋଧ କରିଥିଲେ l ଆତ୍ମ ନିର୍ଭର ଯୋଜନାରେ କୋଭିଡ-୧୯ ଟୀକା ସଫଳ ହୋଇଥିବାରୁ ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ସେହିପରି ଭାବେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଳା ବାସୀଙ୍କୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନୁରୋଧ କରି କହିଛନ୍ତି ଯେ ଆପଣ ମାନେ ନିଜେ ଦାୟିତ୍ୱ ନେଇ ୬୦ବର୍ଷ ହୋଇଥିବା ବ୍ୟକ୍ତିଙ୍କୁ କୋଭିଡ-୧୯ ଟୀକା ନେବା ପାଇଁ ସହଯୋଗ କରନ୍ତୁ l ଏହି ପରିପ୍ରେକ୍ଷୀରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ ଯୁବନେତା କିରଣ କୁମାର ସାହୁ, ମଧୁ ସୁଦନ ସାହୁ, ଶିବପ୍ରସାଦ ପାତ୍ର, ଅର୍ଜୁନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ ଗୋପାଳ ଓ ଟୁଙ୍ଗୁରୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l