କୋଭିଡ଼ ରିଲିଫ୍ ପାଣ୍ଠିକୁ ନେତାଜୀ ସୁଭାଷ ସେଲପ ହେଲପ ଗୃପର ପାଞ୍ଚ ହଜାର ଟଙ୍କା ଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଧେଶ୍ୟ ନେଇ ସରକାର ଏକ ବ୍ୟବସ୍ଥିତ ପ୍ରକ୍ରିୟାରେ କାର୍ଯ୍ୟ କରୁଛନ୍ତି ।ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ନିୟମାବଳୀକୁ ଅନୁସରଣ କରି ବିଶାଳ ଭାରତ ଭୂଖଣ୍ଡରେ ସମସ୍ତ ରାଜ୍ୟ ସରକାରଙ୍କ ସହ ସମନ୍ଵୟ ରକ୍ଷା କରି ପ୍ରଶାସନ ସହାୟତାରେ ଲକ୍ ଡାଉନ୍, ସର୍ଟ ଡାଉନ୍, ଅଞ୍ଚଳ ସିଲ୍ ସହ ପୋଲିସ,ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ସଂକ୍ରମଣ ରୋକିବା ଦିଗରେ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି । ସରକାରଙ୍କ ଦ୍ଵାରା ଘୋଷିତ ପ୍ରକ୍ରିୟା ଓ ଦୀର୍ଘଦିନର କରୋନା ଯୁଦ୍ଧରେ ଭିତ୍ତି ଭୂମିର ବିକାଶ ତଥା ଆସନ୍ନ ଅର୍ଥନୀତିର ପୁନର୍ଗଠନ ପାଇଁ ଆର୍ଥିକ ଚାପକୁ ନେଇ ସରକାରଙ୍କ ଦ୍ଵାରା ସାଧାରଣରେ ସହାୟତା ପାଇଁ କୋଭିଡ୍-19 ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ଅପିଲ କରାଯାଇଛି । ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ବହୁ ନାଗରିକ, ଉଦ୍ୟୋଗପତି, ବ୍ୟବସାୟୀ, ସରକାରୀ ଅଧିକାରୀ ସମୂହ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା କରୁଥିବା ବେଳେ ସାନଖେମୁଣ୍ଡି ବ୍ଲକ କଉଡିଆ ପଞ୍ଚାୟତରେ ମହିଳା ସଶକ୍ତିକରଣ ଏବଂ ସାମାଜିକ ସ୍ଥିରତାକୁ ନେଇ କାର୍ଯ୍ୟ କରୁଥିବା ନେତାଜୀ ସୁଭାଷ ଆତ୍ମ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ଵାରା ସଂଗୃହିତ ହୋଇ ଦଶ ଜଣ ସଦସ୍ୟଙ୍କ ମୋଟ ଟ-୫୦୦୦/- ଟଙ୍କା ସ୍ଥାନୀୟ ବି ଡି ଓ ଗାୟତ୍ରୀ ଦତ୍ତ ନାୟକଙ୍କୁ ପ୍ରଦାନ କରାଯାଇଛି । ଗତକାଲି ସନ୍ଧ୍ୟାରେ ସଂଘ ସମ୍ପାଦିକା ଶ୍ରୀମତୀ ମମତା କୁମାରୀ ପ୍ରଧାନ ବିଡ଼ିଓଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚେକ୍ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା