କୋଭିଡ଼ ଯୋଦ୍ଧା ସମ୍ମାନୀତ ହେଲେ କୁକୁଡ଼ାଖଣ୍ଡି ସରପଞ୍ଚ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଦକ୍ଷିଣ ଓଡିଶା ନାଟକ ମହୋତ୍ସବର ସମାପନ ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ତଥା ଦକ୍ଷତା ପାଇଁ ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ତେବେ କୁକୁଡାଖଣ୍ଡି ପଞ୍ଚାୟତର ସରପଞ୍ଚ ଅଦଲ ଚେନେୟାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବରେ କୋଭିଡ଼ ଯୋଦ୍ଧା ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ଉପଢୌକନ ପୁଷ୍ପମାଲ୍ୟ ସହ ସମ୍ମାନ ପତ୍ର ପ୍ରଦାନ ପୂର୍ବକ ତାଙ୍କୁ ସମ୍ମାନିତ କରାଯାଇଥିଲା । ତାଙ୍କୁ ପ୍ରାକ୍ତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ବାସୁଦେବ ସାହୁକାର, ଭବାନୀ ଶଙ୍କର ମିଶ୍ର, ଗଞ୍ଜାମ ଜିଲା ମଞ୍ଚ କଳାକାର ସମୀଳନୀର ସଭାପତି ବଳରାମ ଦାସ ଏବଂ ସାଧାରଣ ସମ୍ପାଦକ ରମେଶ ମହାରଣା ତଥା ସହ ଆୟୋଜକ ଈଶା ଭିଜନର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣା ଚେନେୟାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ବିଶ୍ୱ ମହାମାରୀ କରୋନା ସମୟରେ ଲୋକଙ୍କୁ ସେବା ଯୋଗାଇଦେବା ହେଉ ଅବା ସ୍ଥାନୀୟ ଅଞ୍ଚଳର ଜନାଭିମୁଖୀ ବିକାଶମୂଳକ କାର୍ଯ୍ୟକ୍ରମ କରିବା ତଥା ଜଣେ କର୍ତ୍ତବ୍ୟନିଷ୍ଟ ଯୁବ ରାଜନେତା ଭାବରେ ଲୋକଙ୍କର ଭିତରେ ନିଜର ଏକ ଅନନ୍ୟ ଛାପ ସୃଷ୍ଟି କରିପାରିଥିବାରୁ ଚେନେୟାଙ୍କୁ କୋଭିଡ଼ ଯୋଦ୍ଧା ସମ୍ମାନ ୨୦୨୧ ପ୍ରଦାନ କରାଯାଇଥିଲା । ଏକ ରାଜ୍ୟ ସ୍ତରୀୟ ମଞ୍ଚରେ ଚେନେୟାଙ୍କର ଏଭଳି ସମ୍ମାନ ହାସଲ କରିବା ନିଶ୍ଚିତ କୁକୁଡ଼ାଖଣ୍ଡି ଏବଂ ଗଞ୍ଜାମ ମାଟି ପାଇଁ ନିହାତି ଗୌରବର ବିଷୟ । ଚେନେୟାଙ୍କର ଏଭଳି ଉପଲବ୍ଧି ପାଇଁ ଅଞ୍ଚଳବାସିନ୍ଦା ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।