କୋଠା ଖାଲି କରିବା ନେଇ ଭିନ୍ନକ୍ଷମଙ୍କ ପକ୍ଷରୁ ଧାରଣା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଏସପି ବଙ୍ଗଳା ନିକଟରେ କିଛି ବହୁ ବର୍ଷ ଧରି ସମର୍ଥ ନାମକ ଏକ ଶାରିରୀକ ଅନଗ୍ରସର ଓ ମାନସିକ ପକ୍ଷାଘାତ ଆବାସିକ ଶିକ୍ଷାନୁଷ୍ଠାନଟି ୨୦୦୦ ମସିହା ଠାରୁ ଚାଲିଛି ଏହି ଅନୁଷ୍ଠାନର କୋଠାଘରଟି ବର୍ତ୍ତମାନ ବିପଦଜନକ ବୋଲି ପୂର୍ତ୍ତ ବିଭାଗ ଘୋଷଣା କଲା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଦିନ ମଧ୍ୟରେ ଖାଲି କରିବା ପାଇଁ ନୋଟିସ ହେବା ସହ ଅନୁଷ୍ଠାନର ବିଦ୍ଯୁତ୍ ଏବଂ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କରାଯାଇଥିବାରୁ ଏହାକୁ ନେଇ ବର୍ତ୍ତମାନ ବିବାଦ ଉଠିଛି । ଏହାକୁ ନେଇ ଆଜି ସମର୍ଥ ଆବାସିକ ଶିକ୍ଷାନୁଷ୍ଠାନର ସମସ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କର୍ମକର୍ତ୍ତା ମାନେ ଆଜି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସମର୍ଥ ଅନୁଷ୍ଠାନର ସଂପାଦକ କେ. ଆନନ୍ଦ ରାଓଙ୍କ ଅଭିଯୋଗ ଅନୁଯାୟୀ । କିଛି ଦିନ ହେଲା ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଆଢୁଆଳ ଦେଖାଇ ଆମ ଅନୁଷ୍ଠାନଟିକୁ ଏଠାରୁ ଉଛେଦ କରିବା ପାଇଁ ଲାଗିଛନ୍ତି । ହେଲେ ଆମେ ଗଞ୍ଜାମ ଜିଲ୍ଲା ପାଳଙ୍କୁ ଅନୁରୋଧ କରିଥିଲୁ ଯେ ନୁତନ ସ୍ଥାନ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଆମକୁ ଦୁଇ ବର୍ଷର ସମୟ ଦିଆଯାଉ ହେଲେ ଜିଲ୍ଲାପାଳ ଏହାକୁ ଶୁଣିବା ପାଇଁ ପ୍ରସ୍ତୁତ ନଥିବାରୁ ଆମେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହୋଇଥିଲୁ ସେଠାରେ ନିର୍ଦ୍ଦେଶ ଆସିଥିଲା ଯେ ଅନ୍ଯାଦେଶ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ ଏହି କୋଠାକୁ ଉଛେଦ କରିପାରିବେ ନାହିଁ । ବର୍ତ୍ତମାନ ଏହି କୋଠାରେ ଥିବା ଭିନ୍ନକ୍ଷମଙ୍କ ପାଇଁ ଏକ ଅଲଗା ବାସସ୍ଥାନର ପ୍ରବନ୍ଧ କରାଇ ଏହି କୋଠାକୁ ଅନୁଷ୍ଠାନ ଚାବି ପକାଇ ନିଜ ହାତରେ ରଖିବାକୁ । ହେଲେ ଗଞ୍ଜାମ ଜିଲ୍ଲାପାଳ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ବେଖାତିର କରି କୋଠାକୁ ଖାଲି କରିବା ପାଇଁ ବାରମ୍ବାର ଚିଠି ପଠେଇ ଥିବା ବେଳେ ବର୍ତ୍ତମାନ ପାନୀୟ ଜଳ ଓ ବିଦ୍ଯୁତ୍ ସଂଯୋଗରୁ କାଟି ଦିଆଯାଇଛି ବୋଲି ଶ୍ରୀ ରାଓ ଅଭିଯୋଗ କରିଛନ୍ତି । ଆମେ ବର୍ତ୍ତମାନ ଏହି ପରିସ୍ଥିତିରେ କୁଆଡେ ଯିବୁ ଆମର ସ୍ଥିତି ବର୍ତ୍ତମାନ ବହୁତ ସଙ୍ଗିନ ଆମେ କିଛି ବର୍ଷ ରହିବା ପାଇଁ ମୋହଲତ ମାଗି ଆଲୋଚନାରେ ବିଫଳ ହୋଇ ପଡିଛୁ । ଏବେ ଆମର ସମସ୍ତ ରାସ୍ତା ବନ୍ଦ ହେବା ପରେ ଆଜି ବିଧିବଦ୍ଧ ଭାବେ ଧାରଣାରେ ବସିଛୁ । ଯେଉଁ ପର୍ଯ୍ୟନ୍ତ ଆମର ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ ଜଣାଇଛନ୍ତି ଯେ ବର୍ତ୍ତମାନ ପୂର୍ତ୍ତ ବିଭାଗ ଉକ୍ତ କୋଠାଟିକୁ ସଂପୂର୍ଣ୍ଣ ବିପଦପୂର୍ଣ ଘୋଷଣା କରିବା ପାରେ ସେଠି ରହିବା ବିପଦଜନକ ହୋଇଥିବାରୁ ସେମାନଙ୍କୁ ଖାଲି କରିବା ପାଇଁ ନୋଟିସ ହୋଇଛି । ଏବଂ ସେମାନଙ୍କୁ ସିପ୍ଟ କରିବା ପାଇଁ ମଧ୍ୟ ବିଭିନ୍ନ ଜାଗା ଚିହ୍ନଟ ମଧ୍ୟ ହୋଇଛି ବୋଲି ଜଣାଇଛନ୍ତି । ସୂଚନା ଥାଉ ଯେ ବର୍ତ୍ତମାନ ସେହି ଅନୁଷ୍ଠାନରେ ବର୍ତ୍ତମାନ ୧୧୪ ଜଣ ଅନଗ୍ରସର ଓ ମାନସିକ ପକ୍ଷାଘାତର ପିଲାମାନେ ରହି ଶିକ୍ଷା ସ୍ୱାସ୍ଥ୍ୟ ସମସ୍ତ ପ୍ରକାର ସୁବିଧା ପାଉଛନ୍ତି । ଦେଖାଯାଉ ଯେ ଆଗାମୀ ସମୟରେ ଗଞ୍ଜାମ ଜିଲ୍ଲାପାଳ ସେମାନଙ୍କ ପାଇଁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ନା ଏହି ଆନ୍ଦୋଳନ ଆଉରି ତିବ୍ରତର ହେଉଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା