କେନ୍ଦ୍ର ସରକାରର ଆକ୍ରୋସମୂଳକ ରାଜନିତୀ ବିରୁଦ୍ଧରେ ଜଳେଶ୍ୱର କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଅଫିସ୍‌ରେ ଦିଲ୍ଲି ପୋଲିସ୍‌ର ବର୍ବରୋଚିତ କାର୍ଯ୍ୟ ଓ ଇଡିକୁ ବ୍ୟବହାର କରି ରାହୁଲ ଗାନ୍ଧିଙ୍କୁ ଅପଦସ୍ତ କରାଇବା ପ୍ରତିବାଦରେ ଆଜି ଜଳେଶ୍ୱର କଂଗ୍ରେସ ପକ୍ଷରୁ ରେଳ ଷ୍ଟେସନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ପୂର୍ବାହ୍ନରେ ଏକ ଶୋଭାଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ଓ ସମର୍ଥକ ବଡବଜାର ଠାରୁ ପଟୁଆରରେ ଆସି ଷ୍ଟେସନ ସମ୍ମୁଖ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ କଂଗ୍ରେସର ରାଜ୍ୟ ମୁଖପାତ୍ର ତଥା ଜଳେଶ୍ୱର ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସ ସଭାପତିତ୍ୱ କରି କଂଗ୍ରେସ ଓ ତାର ନେତା ରାହୁଲ ଗାନ୍ଧିଙ୍କୁ ଭୟଭିତ କରିବାକୁ କ୍ଷାନ୍ତ ରୁହନ୍ତୁ ବୋଲି କହିଥିଲେ । ଏଥିରେ ଜିଲା କଂଗ୍ରେସ ସଭାପତି ସଂଜୀବ ଗିରି ଯୋଗ ଦେଇ ନେସନାଲ ହେରାଲ୍ଟ କେସ୍‌ରେ ରାହୁଲ ଗାନ୍ଧିଙ୍କୁ ବେଆଇନ୍ ଭାବେ ଜଡିତ କରି ବଦନାମ କରିବାର ଚକ୍ରାନ୍ତକୁ ଦେଶବାସୀ ଜବାବ୍ ଦେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସାଧାରଣ ସଂପାଦକ ହେମନ୍ତ ଗିରି, ବ୍ଳକ ସଭାପତି ରାଜୀବ ପରିଡା, ଟାଉନ୍ ସଭାପତି ଗିରିଜା ଶଂକର ଦାସ, କିଷନ କଂଗ୍ରେସ ସଭାପତି ସୁଦାମ ପାତ୍ର, ବର୍ତ୍ତନାର ପୂର୍ବତନ ସରପଂଚ ପଦ୍ମଲୋଚନ ବେହେରା, ପୂର୍ବତନ ସରପଂଚ ଭଗବାନ ଜେନା, ଗୋପାଳକୃଷ୍ଣ ଜେନା, ସୁଶାନ୍ତ ସିଂ, ଗୌରାଙ୍ଗ ମହାପାତ୍ର, ତ୍ରିଲୋଚନ ନାୟକ, ତ୍ରିଲୋଚନ ଦାସଅଧିକାରୀ, ସରପଂଚ ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି ପରିଡା