କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବିରୁଦ୍ଧରେ ଛତ୍ରପୁର କମ୍ୟୁନିଷ୍ଟ ପାର୍ଟିର ଓଡିଶା ବନ୍ଦ ପାଳନ ସଫଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କେନ୍ଦ୍ର ସରକାରଙ୍କର ଜନମାରଣ ନୀତି ବିରୁଦ୍ଧରେ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନଷ ପେଟ୍ରୋଲ ଡ଼ିଜେଲ ରନ୍ଧନ ଗ୍ୟାସ ଖାଇବା ତେଲ ପ୍ରଭୃତି ଦର ବୃଦ୍ଧି ବିରୁଦ୍ଧରେ ଛତ୍ରପୁର ସହରରେ ପିକେଟିଂ କରି ଛଅ ଘଣ୍ଟିଆ ଓଡିଶା ବନ୍ଦ ପାଳନକୁ ସଫଳ କରାଯାଇଛି । ଛତ୍ରପୁରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର, ଗମନା ଗମନ ପ୍ରଭୃତି ବନ୍ଦ ରହିଥିଲା । ଏହି ଆନ୍ଦଳନରେ କମ୍ଯୁନିଷ୍ଟ ପାର୍ଟିର ରାଜ୍ୟ ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ ପ୍ରତିବାଦ ଜଣାଇ କହିଛନ୍ତି, ଯେ କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ବେଳେ ଦରଦାମ ବୃଦ୍ଧି କରି ଲୋକଙ୍କୁ ମରଣଯନ୍ତାକୁ ଠେଲି ଦିଆଯାଉଛି । ଏବଂ ତୈଳଜାତ ସାମଗ୍ରିର ଦରବୃଦ୍ଧି ସାଙ୍ଗକୁ ୨୩ଟି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ହଟାଇଦେବା ଫଳରେ ଖାଇବା ତେଲ, ଡାଲି, ଆଳୁ, ପିଆଜ, ଚିନି ଓ ଔଷଧ ଆଦି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଏବଂ ଦର ବୃଦ୍ଧି ଗରିବ ଓ ମଧ୍ୟବିତଙ୍କ ଆର୍ଥିକ ମେରଦଣ୍ଡ ଉପରେ ଆକ୍ରମଣ ରନ୍ଧନ ଗ୍ୟାସର ଦର ମଧ୍ୟ ୩୦୦ଟଙ୍କାରୁ ୯୦୦ଟଙ୍କା ନିଆଗଲାଣୀ ବୋଲି କହି ବିଷାଦଗାରା କରିଛନ୍ତି ଏବଂ ଏହି ଆନ୍ଦୋଳନରେ ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାସ ଗୁରୁନାଥ ପ୍ରଧାନ, ଚମଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍.ଜନାର୍ଦନ ରେଡ୍ଡୀ, ସରପଞ୍ଚ ଦୁର୍ଯ୍ୟୋ ପରିଡ଼ା, ଯୁବ ନେତା ଚିଙ୍କିରା ବେହେରା, ମାଗୁଣି ବିଶୋଇ, ଛତ୍ରପୁର ଜୋନାଲ ସମ୍ପାଦକ ଏସ୍. କ୍ରୀଷ୍ଣା ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ଶ୍ରମିକ ନେତା ଦୁର୍ଯ୍ୟଧନ ନାହକ, ଛାତ୍ର ନେତା ରାଜେଶ ରେଡ୍ଡୀ ପ୍ରମୁଖ ଏହି ଆନ୍ଦୋଳନ ଉପସ୍ଥିତ ରହି ବନ୍ଦ ପାଳନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା