କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଳା ସ୍ତରୀୟ କନଭେନସନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବ୍ରହ୍ମପୁରରେ ଏକ ଜିଲ୍ଳା ସ୍ତରୀୟ କନଭେନସନ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଆୟୋଜିତ ହୋଇଯାଇଛି । ଶ୍ରମିକ ବିରୋଧୀ ଓ କୃଷକ ବିରୋଧୀ ଆଇନ ସଂଶୋଧନ ବାତିଲ କର, ଜାତୀୟ ସମ୍ପତ୍ତି ବିକ୍ରି ବନ୍ଦ କର, ଦର କମାଅ, ବେକାରଙ୍କୁ ନିଯୁକ୍ତି ଦିଅ ଦାବିରେ ନଭେମ୍ବର ୨୬ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଜିଲ୍ଲା ସ୍ତରୀୟ କନଭେନସନ ଆୟୋଜିତ କରାଯାଇଥିଲା । ଏଥିରେ ଶ୍ରମିକ ସଂଗଠନର ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ବୃନ୍ଦ ମାନେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମ ଆଇନର ମାଲିକଙ୍କ ସପକ୍ଷରେ ସଂଶୋଧନୀକୁ ଦୃଢ ସମାଲୋଚନା କରିଥିଲେ । ଶ୍ରମିକମାନେ ମଲିକ ମାନଙ୍କର ଗୋତି ଶ୍ରମିକରେ ପରିଣତ କରି ଦେବେ ବୋଲି ଉଲ୍ଲେଖ କରିଛନ୍ତି । ସେହିଭଳି କୃଷି ଆଇନର ପରିବର୍ତ୍ତନ ଯୋଗୁଁ ଚାଷୀ, ମୂଲିଆ ହେବେ ଏବଂ ଖାଦ୍ୟ ସାମଗ୍ରୀର ଦରଦାମ ଆକାଶଛୁଆଁ ହେବ । ଆଳୁ, ପିଆଜ, ଡାଲି, ତେଲ ଦର ବୃଦ୍ଧି ତାହାର ନଗ୍ନ ଉଦାହରଣ । ସେହିଭଳି କରୋନା କବଳରୁ ଲୋକଙ୍କ ଜୀବନ ଓ ଜୀବିକା ସୁରକ୍ଷା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ବଡ କମ୍ପାନୀ ଗୁଡିକର ଲାଭ ପାଇଁ ଯୋଜନା କରୁଛନ୍ତି।ଜାତୀୟ ସମ୍ପତ୍ତିକୁ କର୍ପୋରେଟ ସଂସ୍ଥା ହାତରେ ଟେକିଦେବା ଆରମ୍ଭ କରିଛନ୍ତି । ଦେଶର ଆର୍ଥିକ ଅବସ୍ଥା ଚରମ ସଙ୍କଟ ମଧ୍ୟରେ।ବେକାରୀ ଅବସ୍ଥା ଅଣ।ୟତ।ମୋଦି ସରକାର ସର୍ବତ୍ର ବିଫଳ ହୋଇଛନ୍ତି । ନିଜ ବିଫଳତାକୁ ଘୋଡାଇବା ପାଇଁ ବିଭିନ୍ନ ସାମ୍ପ୍ରଦାୟିକ ଓ ବିଭାଜନକାରି ପଦକ୍ଷେପ ନେଉଛନ୍ତି।ଦେଶର ଏକତା ଓ ଅଖଣ୍ଡତା ବିପନ୍ନ । ଏହି ନୀତିର ପରିବର୍ତ୍ତନ ଆଣିବାକୁ ହେବ । ଏଥିପାଇଁ ଶ୍ରମିକମାନେ ଆଗାମୀ ୨୬ ଧର୍ମଘଟକୁ ଗଞ୍ଜାମ ଜିଲ୍ଲାରେ ସଫଳ କରିବା ପାଇଁ ଆହ୍ଵାନ ଦେଇଥିଲେ । ଜିଲ୍ଲାର କୃଷକ ଯୁବକ, ଛାତ୍ର ଓ ମହିଳା ଓ କୃଷି ଶ୍ରମିକ ମିଳିତଭାବେ ଧର୍ମଘଟାକୁ ସଫଳ କରିବା ପାଇଁ ଆହ୍ଵାନ ଦେଇଥିଲେ । ଏଥିରେ INTUC ପକ୍ଷରୁ ପୀତବାସ ପଣ୍ଡା, ଭୋକାଲି ସେଠି, AITUC ପକ୍ଷରୁ ପ୍ରକାଶ ପାତ୍ର, ଅଳକା ମିଶ୍ର, HMS ପକ୍ଷରୁ ରାଜେନ୍ଦ୍ର ଦାସ, ରବି ରଥ, CITU ପକ୍ଷରୁ ଯୁଧିଷ୍ଠିର ବେହେରା, AIUTUC ପକ୍ଷରୁ ସୋମନାଥ ବେହେରା, ଶିବାନି ମିଶ୍ର ବକ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ଜେନା, ଅଶୋକ ଦାସ, ବୈକୁଣ୍ଠ ସାହୁ, ଶିବ ପ୍ରସାଦ ମହାପାତ୍ର, ସତ୍ୟ ତ୍ରିପାଠୀ, ସନ୍ତୋଷ ରଥ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା