କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଳା ସ୍ତରୀୟ କନଭେନସନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବ୍ରହ୍ମପୁରଠାରେ ଏକ ଜିଲ୍ଳା ସ୍ତରୀୟ କନଭେନସନ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଆୟୋଜିତ ହୋଇଥିଲା । ଶ୍ରମିକ ବିରୋଧୀ ଓ କୃଷକ ବିରୋଧୀ ଆଇନ ସଂଶୋଧନ ବାତିଲ କର । ଜାତୀୟ ସମ୍ପତ୍ତି ବିକ୍ରି ବନ୍ଦ କର । ଦର କମାଅ । ବେକରଙ୍କୁ ନିଯୁକ୍ତି ଦିଅ ଦାବିରେ ନଭେମ୍ବର ୨୬ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଜିଲ୍ଲା ସ୍ତରୀୟ କନଭେନସନ ଆୟୋଜିତ । ଏଥିରେ ଶ୍ରମିକ ସଂଗଠନର ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ବୃନ୍ଦ ମାନେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମ ଆଇନର ମାଲିକଙ୍କ ସପକ୍ଷରେ ସଂଶୋଧନୀକୁ ଦୃଢ ସମାଲୋଚନା କରିଥିଲେ । ଶ୍ରମିକମାନେ ମଲିକ ମାନଙ୍କର ଗୋତି ଶ୍ରମିକରେ ପରିଣତ କରି ଦେବେ ବୋଲି ଉଲ୍ଲେଖ କରିଛନ୍ତି । ସେହିଭଳି କୃଷି ଆଇନର ପରିବର୍ତ୍ତନ ଯୋଗୁଁ ଚାଷୀ, ମୂଲିଆ ହେବେ ଏବଂ ଖାଦ୍ୟ ସାମଗ୍ରୀର ଦରଦାମ ଆକାଶଛୁଆଁ ହେବ । ଆଳୁ, ପିଆଜ, ଡାଲି, ତେଲ ଦର ବୃଦ୍ଧି ତାହାର ନଗ୍ନ ଉଦାହରଣ । ସେହିଭଳି କରୋନା କବଳରୁ ଲୋକଙ୍କ ଜୀବନ ଓ ଜୀବିକା ସୁରକ୍ଷା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ବଡ କମ୍ପାନୀ ଗୁଡିକର ଲାଭ ପାଇଁ ଯୋଜନା କରୁଛନ୍ତି । ଜାତୀୟ ସମ୍ପତ୍ତିକୁ କର୍ପୋରେଟ ସଂସ୍ଥା ହାତରେ ଟେକିଦେବା ଆରମ୍ଭ କରିଛନ୍ତି । ଦେଶର ଆର୍ଥିକ ଅବସ୍ଥା ଚରମ ସଙ୍କଟ ମଧ୍ୟରେ । ବେକାରୀ ଅବସ୍ଥା ଅଣ।ୟତ।ମୋଦି ସରକାର ସର୍ବତ୍ର ବିଫଳ ହୋଇଛନ୍ତି । ନିଜ ବିଫଳତାକୁ ଘୋଡାଇବା ପାଇଁ ବିଭିନ୍ନ ସାମ୍ପ୍ରଦାୟିକ ଓ ବିଭାଜନକାରି ପଦକ୍ଷେପ ନେଉଛନ୍ତି । ଦେଶର ଏକତା ଓ ଅଖଣ୍ଡତା ବିପନ୍ନ । ଏହି ନୀତିର ପରିବର୍ତ୍ତନ ଆଣିବାକୁ ହେବ । ଏଥିପାଇଁ ଶ୍ରମିକମାନେ ଆଗାମୀ ୨୬ ଧର୍ମଘଟକୁ ଗଞ୍ଜାମ ଜିଲ୍ଲାରେ ସଫଳ କରିବା ପାଇଁ ଆହ୍ଵାନ ଦେଇଥିଲେ । ଜିଲ୍ଲାର କୃଷକ ଯୁବକ, ଛାତ୍ର ଓ ମହିଳା ଓ କୃଷି ଶ୍ରମିକ ମିଳିତଭାବେ ଧର୍ମଘଟାକୁ ସଫଳ କରିବା ପାଇଁ ଆହ୍ଵାନ ଦେଇଥିଲେ । ଏଥିରେ INTUC ପକ୍ଷରୁ ପୀତବାସ ପଣ୍ଡା, ଭୋକାଲି ସେଠି, AITUC ପକ୍ଷରୁ ପ୍ରକାଶ ପାତ୍ର, ଅଳକା ମିଶ୍ର, HMS ପକ୍ଷରୁ ରାଜେନ୍ଦ୍ର ଦାସ,ରବି ରଥ, CITU ପକ୍ଷରୁ ଯୁଧିଷ୍ଠିର ବେହେରା, AIUTUC ପକ୍ଷରୁ ସୋମନାଥ ବେହେରା, ଶିବାନି ମିଶ୍ର ବକ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ଜେନା, ଅଶୋକ ଦାସ, ବୈକୁଣ୍ଠ ସାହୁ, ଶିବ ପ୍ରସାଦ ମହାପାତ୍ର, ସତ୍ୟ ତ୍ରିପାଠୀ, ସନ୍ତୋଷ ରଥ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା