କେନ୍ଦ୍ରିୟ ଟ୍ରେଡ୍ ୟୁନିୟନ ମାନଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଆଲୋଚନା : ନବ ନିଯୁକ୍ତ ଶ୍ରମ ଅଧିକାରୀଙ୍କୁ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁରର ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଦାସ ଉତ୍କଳ ଏକାଡେମୀ କଲେଜ ପରିସରରେ ସେଣ୍ଟ୍ରାଲ ଟ୍ରେଡ୍ ୟୁନିୟନ ମାନଙ୍କ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା କାର୍ଯ୍ୟକ୍ରମରେ ଜିଲ୍ଲାର ହଜାର ହଜାର ଶ୍ରମିକ ମାନଙ୍କ କାର୍ଡ୍ ନହେବା, ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ଠିକ୍ ସମୟରେ ନମିଳିବା, ଦୂରଦୂରାନ୍ତରୁ ଆସୁଥିବା ଶ୍ରମିକମାନେ ହନ୍ତସନ୍ତ କିଭଳି ନହେବେ, ଶ୍ରମ କାର୍ଯ୍ୟାଳୟ ପରିସର ଦଲାଲ ମୁକ୍ତ ହେବ ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାମାନଙ୍କୁ ନେଇ ଆଲୋଚନା ହେବା ସହ ଶୁକ୍ରବାର ଛତ୍ରପୁର ଲେବର ଅଫିସରେ ନୁତନ ଭାବେ ଯୋଗ ଦେଇଥିବା ଡିଏଲ୍ଓ ନରେନ୍ଦ୍ର ଗାଇପାଇଙ୍କୁ ଟ୍ରେଡ୍ ୟୁନିୟନମାନଙ୍କ ପକ୍ଷରୁ ସୌଜନ୍ୟ ପୂର୍ଣ୍ଣ ସାକ୍ଷାତ ଓ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା । ଏଆଇଟିୟୁସି ପକ୍ଷରୁ ନିଲୁ ପାଟ୍ଟଯୋଶି, ଏଚଏମଏସ୍ ପକ୍ଷରୁ ରାଜେନ୍ଦ୍ର ଦାସ, ଆଇଏନଟିୟୁସି ପକ୍ଷରୁ ଇଜୁ ଅମିନ ଖାନ, ଏନ୍ଏନ୍ଏସ୍ଏସ୍ ପକ୍ଷରୁ ସନ୍ତୋଷ କୁମାର ସାହୁ, ଟିଟିଏନ୍ଏସ୍ଏସ୍ ପକ୍ଷରୁ ବିଜୟ ମୁଦୁଲି ପ୍ରମୁଖ ଯୋଗଦେଇ ଉପସ୍ଥିତ ରହି ସମ୍ବର୍ଦ୍ଧନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା