କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ‘ବିନା ବସ୍ତାନୀ ଦିବସ’ର ଶୁଭାରମ୍ଭ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଠାରୁ ଜିଲ୍ଲାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆରମ୍ଭ ହୋଇଯାଇଛି ‘ ନୋ ବ୍ୟାଗ୍ ଡେ’ । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଡିପିସିଙ୍କ ନିର୍ଦ୍ଦେଶ ଓ ବ୍ଳକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଆଦେଶ ପ୍ରକାରେ ଦିଗପହଣ୍ଡି ବ୍ଳକ ତରଫରୁ ଶନିବାର ଦିନ ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ”ବିନା ବସ୍ତାନୀ ଦିବସ ବା ନୋ ବ୍ୟାଗ୍ ଡେ”ର ଶୁଭାରମ୍ଭ ହୋଇଯାଇଛି । ଆୟୋଜିତ ଉତ୍ସବରେ ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିପରି ଏବିଇଓ ବିଶ୍ରବା ପାଇକ, ସରପଞ୍ଚ ପ୍ରତିନିଧି ଏସ୍. ଗାନ୍ଧୀ ଦୋରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁରେଶୁ ରଣା, ଆଙ୍କୋରଡା ସିଆରସିସି ସ୍ୱୟଂପ୍ରଭା ପଟ୍ଟନାୟକ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ଥିଲେ । ଏହି ଅବସରରେ ପିଲାମାନଙ୍କ ଲୋକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ଜ୍ଞାନ ଅର୍ଜନ କରିବା ଉଦ୍ଦେଶ୍ୟରେ ଅତିଥିବୃନ୍ଦ ଓ କର୍ମଚାରୀମାନେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତ୍ୟକ ଶନିବାର ଦିନ ବ୍ୟାଗ ନ ଧରି ଆସିବାକୁ ପରାମର୍ଶ ଦେଇଥିଲେ । ଏହି ଦିନ ପାଠ ପଢା ବନ୍ଦ ରଖି ଯୋଗଶିକ୍ଷା, ଚିତ୍ରାଙ୍କନ, ଗପବହି ପଢ଼ିବା, ଗଳ୍ପ ଶୁଣିବା, ବୃକ୍ଷରୋପଣ, ପ୍ଳାଷ୍ଟିକମୁକ୍ତ କରିବା, ନାଚଶିକ୍ଷା କରିବା ଦିଗରେ ଆଲୋକପାତ କରିଥିଲେ । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ ଜଣାଇଥିଲେ । ଏହି ଉତ୍ସବରେ ଶିକ୍ଷକ ଏଲ୍.କୃଷ୍ଣମୂର୍ତ୍ତୀ ଦୋରା, ରାମଚନ୍ଦ୍ର ସେଠୀ, ପ୍ରଭାକର ଘଡେଇ, ଶୁଭଶ୍ରୀ ସାହୁ ପରିଚାଳନା କରିଥିଲେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।

ରିପୋର୍ଟ : ଗୋପୀନାଥ ପଟ୍ଟନାୟକ