କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ”ଗେହ୍ଲା ଝିଅ ଓ ନିର୍ଭୟା କଢି” କାର୍ଯ୍ୟକ୍ରମ ଉପଲକ୍ଷେ ବୈଠକ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଆଜି କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାର ”ଗେହ୍ଲା ଝିଅ ଓ ନିର୍ଭୟା କଢି” କାର୍ଯ୍ୟକ୍ରମ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଶିକ୍ଷା ଜିଲ୍ଲା ଅଧିକାରୀ ସନାତନ ପଣ୍ଡା ଏବଂ ଦିଗପହଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଧେଶ ପ୍ରକାରେ ଆମ ବିଦ୍ୟାଳୟରେ ”ଗେହ୍ଲା ଝିଅ ଓ ନିର୍ଭୟା କଢି” କାର୍ଯ୍ୟକ୍ରମର ବୈଠକ ବିଦ୍ୟାଳୟର ସମସ୍ତ ଝିଅ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏଥିରେ ଝିଅ ପିଲା ବାପା, ମା ଙ୍କର ଗେହ୍ଲା ଝିଅ ଏବଂ ବିଦ୍ୟାଳୟରେ ମଧ୍ୟ ଗେହ୍ଲା ଝିଅ ଭାବେ ଶିକ୍ଷକମାନେ ପାଠ ପଢାଉଛନ୍ତି ।ପ୍ରତ୍ୟେକ କ୍ଷେତ୍ରରେ ଝିଅ ପିଲାମାନଙ୍କର ଦରକାରରେ ଆସୁଛନ୍ତି । ସେମାନେ ଘରର ଲକ୍ଷ୍ମୀ ସଦୃଶ୍ୟ ମାରଭୁମିକା ତୁଲାଉଛନ୍ତି । ଯଦି ଝିଅ ନ ଥାନ୍ତା ଏହି ସଂସାର ଚାଲିପାରିନଥାନ୍ତା ଆଜିକାର ଝିଅ ମାନେ ପୃଥିବୀରେ ଚନ୍ଦ୍ରକୁ ଉପଗ୍ରହ ମାଧ୍ୟମରେ ଯାଇ ଆସି ପାରିଛନ୍ତି । ତତସହିତ ଝିଅ ପିଲାମାନେ ନିର୍ଯ୍ୟାତନର ଶିକାର ହେଉଛନ୍ତି । ତେଣୁ ଆଜିର ଦିବସରେ ସଂକଳ୍ପ ନେବା, ଯେପରି କୌଣସି ଝିଅ ନିର୍ଯ୍ୟାତନାର ଶିକାର ନହେବ । ନିର୍ଭୟାର ଭଳି ନିର୍ଭିକ ହେବାକୁ ହେବ । ଯାହା ଯୋଗୁଁ ଆଜି ଚାରି ଜଣ ଫାଶୀ ଖୁଣ୍ଟାରେ ଝୁଲିବେ । ଏହା ପ୍ରଧାନ ଶିକ୍ଷକ ମହୋଦୟ ସମସ୍ତ ଝିଅଙ୍କୁ ବୁଝାଉଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ରାମଚନ୍ଦ୍ର ସେଠି ପରିଚାଳନା କରିଥିଲେ ।

ରିପୋର୍ଟ : ଗୋପୀନାଥ ପଟ୍ଟନାୟକ