କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୃଷ୍ଟିକର ଉଦ୍ୟାନ ଶୁଭାରମ୍ଭ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ କେଦାରପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପୃଷ୍ଟିକର ଉଦ୍ୟାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ କରାଯାଇ ଏହି ଉଦ୍ୟାନର ଶୁଭାରମ୍ଭ ଗତକାଲି କରାଯାଇଛି । ଏଥିରେ ବିଦ୍ୟାଳୟ ପରିସର ମଧ୍ୟରେ ପୁଷ୍ଟିକର ଉଦ୍ୟାନ ପାଇଁ ଅମୃତଭଣ୍ଡା, ସଜନା ଓ କଦଳୀ ଭଳି ଅନେକ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଯୋଜନାର ସଫଳ ରୂପାୟନ ବିଷୟରେ ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ଏସ.ଗାନ୍ଧୀ ଦୋରା, ବିଦ୍ୟାଳୟ ସଭାପତି କୂରେଶୁ ରଣା ଓ ୱାର୍ଡ ସଭ୍ୟ ଅର୍ଜୁନ ରଣା, ରାମଚନ୍ଦ୍ର ସେଠି, ପ୍ରଭାକର ଘଢେଇ, ଜି.ମାଗୁଣି ଦୋରା, ନୀର ରଣା, ତାରିଣୀ ପଟ୍ଟନାୟକ, ରୀନା, ଝୁନୁ ପଟ୍ଟନାୟକ, ଶିକ୍ଷକ କପିଳ ପାଢ଼ୀ, ଏସ.ବନମାଳୀ ଦୋରା ଉପସ୍ଥିତ ରହିଥିଲେ ।