କେଉଁ ଗଣେଶଙ୍କୁ ପୂଜା କଲେ କ’ଣ ମିଳେ ?

ବିଶାଖାପାଟଣା : ଶ୍ୱେତ ରଙ୍ଗର ଶ୍ରୀଗଣେଶଙ୍କ ମୂର୍ତ୍ତି ଅପାର ସୁଖ ସୌଭାଗ୍ୟ ପ୍ରଦାନକାରୀ ହୋଇଥାଏ। ଏହାଙ୍କୁ ପୂଜାର୍ଚ୍ଚନା କରିଲେ ମନୋବାଞ୍ଛିତ ଫଳ ମିଳିଥାଏ। ରବିବାର କିମ୍ବା ନିଜ ଜନ୍ମନକ୍ଷତ୍ରରେ ଆଙ୍ଗୁଳି ଆକାରର ଏହି ଗଣେଶ ପ୍ରତିମାଙ୍କୁ ପୂଜା କରିଲେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଗୋମୟ ବା ଗୋବର ଗଣେଶ ମୂର୍ତ୍ତି:ହିନ୍ଦୁ ଧର୍ମ ସଂସ୍କୃତିରେ ଗୋମାତାଙ୍କୁ ମାତୃଶକ୍ତି ଓ ପବିତ୍ର ବୋଲି ଗ୍ରହଣ କରାଯାଇଛି। ଗାଈ ଓ ଗୋବରରେ ଲକ୍ଷ୍ମୀଙ୍କ ନିବାସ ରହିଛି ବୋଲି ହିନ୍ଦୁ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି। ଏହି କାରଣରୁ ଗୋବରରେ ନିର୍ମିତ ଗଣେଶ ମୂର୍ତ୍ତିକୁ ଘରେ ପୂଜାକଲେ ଅପାର ଧନଲାଭ ହୋଇଥାଏ। କାଷ୍ଠ ନିର୍ମିତ ଗଣେଶ: ପ୍ରାକୃତିକ ଦୃଷ୍ଟିକୋଣରୁ ଓ ଧାର୍ମିକ ବିଚାରରେ ‘କାଷ୍ଠ’କୁ ଖୁବ୍‌ ପବିତ୍ର ବୋଲି କୁହାଯାଏ। ଏହି କାରଣରୁ କାଷ୍ଠନିର୍ମିତ ଗଣେଶଙ୍କ ମୂର୍ତ୍ତିଙ୍କୁ ଘରର ବାହାର କବାଟର ଉପର ଅଂଶରେ ସ୍ଥାପିତ କରି ପୂଜାର୍ଚ୍ଚନା କରାଗଲେ ଘରେ ମଙ୍ଗଳ ହୋଇଥାଏ ଏବଂ ଘରେ ଲକ୍ଷ୍ମୀବାସ କରନ୍ତି।