କୃଷି ଅଧିକାରୀଙ୍କୁ ଘେରିଲେ ଚାଷୀ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଏ ଦୃଶ୍ୟ ହେଉଛି ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ଗ୍ରାମ ପଂଚାୟତର ଯୋଗୀମାରି ଠାରେ ଥିବା ଆସ୍ଥାହୀ ସେବା ସମବାୟ ସମିତି ଆଗର । ଆଜି ସାର ବିତରଣ କରାଯିବା ଖବର ପାଇବା ପରେ ଶହ ଶହ ସଂଖ୍ୟାରେ ଚାଷୀ ସାର ବିତରଣ କେନ୍ଦ୍ର ଆଗରେ ଭୋର ସକାଳ ୪ଟା ସମୟରୁ ଲମ୍ବା ଧାଡି ଲଗାଇଥିଲେ । ମୋଟ ୨୨୫ ବସ୍ତା ସାର ଆସିଥିବାରୁ ସବୁ ଚାଷୀଙ୍କ ପାଇଁ ସାର ଉପଲବ୍ଧ ନଥିବା କାରଣରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଥିଲା । ବହୁ ସମୟ ଧରି ସେବା ସମବାୟ ସମିତି ସମ୍ପାଦକ ଓ କୃଷି ଅଧିକାରୀଙ୍କୁ ଚାଷୀ ମାନେ ଘେରାଉ କରି ରଖିବା ପରେ ମଧ୍ୟ ସାର ଦିଆଯାଇନଥିଲା । ଭିଡ଼କୁ ଦେଖି ଘଟଣା ସ୍ଥଳରୁ ସମ୍ପାଦକ ଓ କୃଷି ଅଧିକାରୀ ମାନେ ପଳାଇବାରୁ ଚାଷୀମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଭଞ୍ଜନଗର ପୋଲିସ ପହଂଚି ଲୋକଙ୍କୁ ବୁଝା ସୁଝା କରିଥିଲା । ଚାଷୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ଆସିବା ପରେ ଚାଷୀଙ୍କୁ ସାର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଘରକୁ ଫେରିଥିଲେ । ବର୍ତ୍ତମାନ ଜମିରେ ସାର ପକାଇବା ସମୟ କିନ୍ତୁ ସାର ମିଳୁନି । ସାରର ଅଭାବ ବିକ୍ରିକୁ ନେଇ ଚାଷୀ ମାନେ ଅସନ୍ତୋଷ ଜାହିର କରିଛନ୍ତି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା