କୃଷକ ହତ୍ୟା ଓ କଳାକୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସିପିଏମ୍ ପକ୍ଷରୁ ରେଳରୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ୱାନରେ ସମଗ୍ର ଦେଶରେ ରେଳରୋକ ଡାକେରା ଦିଆଯାଇଥିବାରୁ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ସିପିଏମ୍ ପକ୍ଷରୁ ଆଜି ସୋମବାର ରେଳରୋକ କରାଯାଇଥିଲା । ଆନ୍ଦୋଳନକାରୀମାନେ ସକାଳ ୯.୩୦ମି. ସମୟରେ ଜଳେଶ୍ୱର ରେଳ ଷ୍ଟେସନରେ ପହଞ୍ଚି ଜନଶତାବ୍ଦି ଟ୍ରେନ୍‌କୁ କିଛି ସମୟପାଇଁ ଅଟକାଇଥିଲେ । ପରେ ବିଭିନ୍ନ ନାରାବାଜି ଦେବା ସହିତ ଉତ୍ତର ପ୍ରଦେଶର ଲଖିପୁରଖେରି ଠାରେ କୃଷକମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡି ମଡାଇ ୪ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯିବା ବିରୋଧରେ ବର୍ଷିଥିଲେ । କଳା କୃଷି ଆଇନ୍ ପ୍ରତ୍ୟାହାର ଏବଂ ଫସଲର ନ୍ୟାୟ ଦାମ ପ୍ରଦାନ ସହିତ ଡିଜେଲ, ପେଟ୍ରୋଲ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ବିରୋଧ କରିଥିଲେ । ଦିଲ୍ଲିପ କୁମାର ଗିରିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରେଳରୋକରେ ସିତାଶୁ ସେନାପତି, ପଲ୍ଟୁ ଦାସ, ଦିଲ୍ଲୀପ ପରିଡା, ରତନ ଦାସ, ରବିନ୍ଦ୍ର ବାରିକ, ଜତିନ୍ ଜେନା, ମଦନ ମାହାଲି, ଅଧିର ହୁଇ, ରାଜକୁମାର ଆଚାର୍ଯ୍ୟ, ସନାତନ ନନ୍ଦୀ, ନୀଳକଣ୍ଠ ମହାନ୍ତି, ବିଶ୍ୱଜିତ୍ ନାୟକ, ଗୋପାଳ ପାତ୍ର, ମହାମାୟା ରାଜ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା