କୃଷକ ବିରୋଧୀ କୃଷି ଆଇନର ପ୍ରତ୍ୟାହାର ଦାବିରେ ଜିଲ୍ଲାର ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୋଦି ସରକାରର କୃଷି ଓ କୃଷକ ସର୍ବନାଶ କାରୀ କୃଷି ଆଇନର ରଦ୍ଦ କରିବା, ଜନ ବିରୋଧୀ ନୂତନ ବିଦ୍ୟୁତ ସଂଶୋଧନ ବିଲର ପ୍ରତ୍ୟାହାର, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ, ଆନ୍ଦୋଳନରତ କୃଷକଙ୍କ ବିରୋଧରେ ଦାୟର ମୋକଦ୍ଦମାର ପ୍ରତ୍ୟାହାର ଆଦି ଦାବିରେ ଗତ ବାର ଦିନ ଧରି ଦିଲ୍ଲୀକୁ ଘେରାଉ କରି ରଖିଥିବା ଲକ୍ଷ ଲକ୍ଷ କୃଷକଙ୍କ ସମର୍ଥନରେ ଆୟୋଜିତ ଆଜିର ଭାରତ ବନ୍ଦ କାର୍ଯ୍ୟକ୍ରମରେ ଜିଲ୍ଲାର କୃଷକ ସଂଗଠନମାନଙ୍କ ପକ୍ଷରୁ ମିଳିତ ଭାବେ ଅଂଶ ଗ୍ରହଣ କରି ବନ୍ଦ ପାଳନକୁ ସଫଳ କରାଯାଇଥିଲା । ୫୦୦ରୁ ଉର୍ଦ୍ଧ୍ବ କୃଷକ ସଂଗଠନମାନଙ୍କ ସର୍ବ ଭାରତୀୟ ମଂଚ ସଂଯୁକ୍ତ କୃଷକ ମଞ୍ଚ, ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି (ଏଆଇକେଏସସିସି) ପକ୍ଷରୁ ଦିଆଯାଇଥିବା ଡାକରା ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବିଭିନ୍ନ ସଂଗଠନର ଶତାଧିକ କର୍ମୀ ସର୍ବ ପ୍ରଥମେ ପୁରୁଣା ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସହର ସାରା ବୁଲି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ବ୍ୟାଙ୍କ୍, ଡାକଘର, ବ୍ୟବସାୟ ପ୍ରତିଷ୍ଠାନ ଆଦି ଆଗରେ ପିକେଟିଂ କରି ଲୋକଙ୍କୁ ବନ୍ଦରେ ସାମିଲ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ । ଅପରାହ୍ନରେ ଚାଷୀ ସଂଗଠନମାନଙ୍କ ଶତାଧିକ କର୍ମୀ ସହର ବାହାରେ ଥିବା ଜାତୀୟ ରାଜପଥକୁ ଯାଇ ଅନେକ ସମୟ ଧରି ଅବରୋଧ କରିଥିଲେ । ଏଆଇକେଏସସିସି ସଂଲଗ୍ନ ଜିଲ୍ଲାର କୃଷକ ସଂଗଠନମାନଙ୍କ ପକ୍ଷରୁ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ ମଜଦୁର ସଭାର ଜାତୀୟ ସଂପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସଂପାଦକ ପ୍ରତାପ ନାୟକ, ଜିଲ୍ଲା କମିଟି ସଭ୍ୟ ଲଡୁ କିଶୋର ଡାକୁଆ, ସନ୍ତୋଷ କୁମାର ନାୟକ, ନାରାୟଣ ବିଷୋୟୀ, ସନ୍ତୋଷ ଗୌଡ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଜିଲ୍ଲା ନେତ୍ରୀ ପି. ପାର୍ବତୀ, ଓଡିଶା କୃଷକ ସଭା ଜିଲ୍ଲା ସମ୍ପାଦକ ହରିକୃଷ୍ଣ ରେଡ୍ଡୀ, ଏଆଇକେକେଏମଏସ୍ ନେତ ପପୁନ ସାହୁ ଓ ନାରାୟଣ ସାହୁ, ପ୍ରମୁଖ ନେତୃତ୍ଵ ନେଇଥିଲେ । ଦିଲ୍ଲୀ କୃଷକ ସଂଘର୍ଷକୁ ସମର୍ଥନ ଜଣାଇ ଡିଏସଓର ଛାତ୍ର ନେତା ଶିବାନୀ ଶଙ୍କର ମିଶ୍ର ଓ ନିମାଇଁ ଚରଣ ସାହୁ, ଆଇଏଫଟିୟୁର ରାଜ୍ୟ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ଟିୟୁସିଆଇର ବି.ବୁଦ୍ଧିଆ, ସ୍ବାସ୍ଥ୍ୟ ଆନ୍ଦୋଳନର ନେତା ଅବନୀ ଗୟା, ଯୁବ ନେତା ଲକ୍ଷ୍ମୀ ନୄସିଂହ ରଥ, ଶିବରାମ ସାହୁ, ସାମାଜିକ କର୍ମୀ ଶ୍ରୀନିବାସ ରାଓ, ଜନ ଜାଗରଣ ଅଭିଯାନର ମଧୂସୁଦନ, ଏସୟୁସିଆଇ କମ୍ୟୁନିଷ୍ଟର ସୋମନାଥ ବେହେରା, ଆମ୍ ଆଦମୀ ପାର୍ଟିର ଗଞ୍ଜାମ ଜିଲ୍ଲା ଆବାହକ ସୁବାଷ ଚନ୍ଦ୍ର ରାଉତ, ଲୋକଶକ୍ତି ଅଭିଯାନର ଆବାହକ ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଗୈାତମ ନାହକ ଆଦି ସକ୍ରିୟ ଭାବେ ଅଂଶ ଗ୍ରହଣ କରି ସଫଳ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା