କୂଳର ଚାପ ଓ ଦଣ୍ଡ ଭୟରେ ପ୍ରତାରିତା ପ୍ରେମିକାଙ୍କୁ କୋର୍ଟରେ ଗ୍ରହଣ କଲା ପ୍ରେମିକ…

ସାନଖେମୁଣ୍ଡି(ସମୃଦ୍ଧ ଓଡିଶା )ନିଜ ସମ୍ପ୍ରଦାୟରେ ଜନୈକ ବିବାହ ଉପଯୁକ୍ତା କନ୍ୟା ସହ ବାହା ହେବାର ପ୍ରତିଶୃତି ଦେଇ ଦୈହିକ ସମ୍ପର୍କ ରଖିବା, ଉଭୟ ପକ୍ଷର ଅଜାଣତରେ ପ୍ରେମିକାଙ୍କୁ ଧରି ଚମ୍ପଟ ମାରିବା, ପର ମୁହୂର୍ତ୍ତରେ କନ୍ୟାକୁ ଗ୍ରହଣ କରିବାକୁ ଅରାଜି ହେବା ଆଦି ଘଟଣା ପରେ କୂଳର ଭଦ୍ରଲୋକ, ପଞ୍ଚାୟତ ସରପଞ୍ଚ ତଥା ପାଟପୁର ଥାନାରେ ଏତଲା ପରେ ଉଭୟ ପକ୍ଷରୁ ମିଳିତ ଆଲୋଚନାର ଉଭୟ ପ୍ରେମିକ ପ୍ରେମିକା ବିବାହ ବନ୍ଧନରେ ଆବନ୍ଦୀ ହୋଇଥିବା ଜଣା ଯାଇ ଅଛି। ମିଳିଥିବା ସୂଚନା ଓ ତଥ୍ୟ ଅନୁସାରେ ପାଟପୁର ଥାନା ଅନ୍ତର୍ଗତ ମୌଲାଭଣଜା ପଞ୍ଚାୟତ କୋଲାଡି ଗ୍ରାମର D. ସୀମାଞ୍ଚଳ ଦୋରାଙ୍କ ପୁତ୍ର D. ସୂର୍ଯ୍ୟକାନ୍ତ ଦୋରା (୨୩) ଉକ୍ତ ଗ୍ରାମର ନିଜ ସମ୍ପ୍ରଦାୟର ଏସ.ସତ୍ୟ ଦୋରାଙ୍କ ଦ୍ଵିତୀୟ କନ୍ୟା ଏସ. ନିଳେନ୍ଦ୍ରୀଙ୍କ(୨୦) ସହ ପ୍ରେମ ସମ୍ପର୍କ ରଖିଥିଲେ। ବିବାହର ପ୍ରତିଶୃତି ଦେଇ ସୂର୍ଯ୍ୟକାନ୍ତ ଶ୍ରମିକ ଭାବେ ବାହାରେ କାମ କରିବା ସହ ନିଳେନ୍ଦ୍ରୀଙ୍କୁ ମଧ୍ୟ ସାଥିରେ ନେଇ ରଖୁଥିଲେ। ଗ୍ରାମ ସମ୍ପ୍ରଦାୟ(କୁଳ) ଲୋକ ଏହା ଜାଣିପାରି ଉଭୟ ପରିବାରକୁ ତାଗିତ କରିବାରୁ ସୂର୍ଯ୍ୟକାନ୍ତ ଓ ତାଙ୍କ ପରିବାର ବିବାହ କରିବାକୁ ପଛଘୁଞ୍ଚା ଦେବା ସହ ଏ ବିଷୟରେ ଧରା ଛୁଆଁ ଦେଉ ନ ଥିଲେ। ଘଟଣା କ୍ରମରେ ଗ୍ରାମ କୂଳ ଲୋକ ସ୍ୱତନ୍ତ୍ର ବୈଠକ କରି ଥାନାରେ ଖବର ଦେବା ପରେ ଘଟଣାର ମୋଡ଼ ନେଇଥିଲେ। ଗ୍ରାମ ସରପଞ୍ଚ ପ୍ରତିନିଧି ଶ୍ରୀ ସୂର୍ଯ୍ୟନାରାୟଣ ଦଳ ବେହେରା ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ D. ସୂର୍ଯ୍ୟକାନ୍ତ ବାପା D. ସୀମାଞ୍ଚଳ ଉକ୍ତ କନ୍ୟାକୁ ଗ୍ରହଣ କରିବାକୁ ରାଜି ହୋଇଥିଲେ ଏବଂ ତତ୍କାଳୀନ ସାନଖେମୁଣ୍ଡି ଗ୍ରାମ୍ୟ କାର୍ଯ୍ୟାଳୟରେ ଫୁଲମାଳ ପକାଇ ବିବାହ କରିଥିଲେ। କୂଳ ସଂଗଠନ ପକ୍ଷରୁ S.ରାଜେନ୍ଦ୍ର ବେହେରା, S. ଦଣ୍ଡପାଣି ଦୋରା, ଆଇ ଆନନ୍ଦ, S. ବଳରାମ ଦୋରା ,P. ନିଲାଞ୍ଚଳ ଦୋରା, ପ୍ରମୁଖ ଉଭୟ ପକ୍ଷର ଘୋଷଣା ନାମା ସମ୍ପନ୍ନ କରି କୋର୍ଟରେ ବିବାହ କାର୍ଯ୍ୟ କରି ଥିଲେ।


ରିପୋର୍ଟ: ପ୍ରଫୁଲ୍ଲ ସାବତ।