କି ଲଜ୍ଜ୍ୟା : ମହିଳା ପୋଲିସ ଆଇଆଇସିକୁ ଭିଜିଲାନ୍ସ ମାଡିବସିଲା

ବୌଦ(ସମୃଦ୍ଧ ଓଡିଶା)ଆଜିକାଲି ରାଜ୍ୟରେ ମ୍ୟାଡ଼ାମମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଜେଲ ଯାଉଥିବା ଘଟଣା ମାତ୍ରାଧିକ ଭାବରେ ବଢ଼ି ଚାଲିଛି I ଏକଥା ଆମେ ବାରମ୍ବାର କହି ଆସୁଛୁ । ତା’ମାନେ ଆମ ରାଜ୍ୟରେ ଚାକିରୀ କରୁଥିବା ମ୍ୟାଡମ୍ ମାନେ କୁଆଡେ ବେଶୀ ଲୋଭି ହୋଇ ଯାଇଥିବା ଜଣାପଡୁଛି ବୋଲି କହୁଛୁ । ଲଜ୍ୟା ମରଣ ଠାରୁ ବଡ଼ ବୋଲି ଶାସ୍ତ୍ରରେ ଥିଲେ ମଧ୍ୟ ଲଜ୍ୟାକୁ ଖାତିର ନ କରି ଲୋଭ ଛାଡୁ ନାହାନ୍ତି I କାହିଁକି ନା ଲଜ୍ୟା ବଡ ନା ଟଙ୍କା ବଡ ସମୀକ୍ଷା କରି ପାରୁ ନାହାନ୍ତି ବୋଧହୁଏ I ଆମ ସରକାରଙ୍କ ମହିଳା ସଶକ୍ତିକରଣ ଯୋଗୁଁ ମ୍ୟାଡମ୍ ମାନେ ନିର୍ଭୟରେ ଲଜ୍ୟା ସରମ ଛାଡି ଖୁଲମଖୁଲା ଟଙ୍କା ନିଆ କର୍ତ୍ତବ୍ୟ କରି ନିଜକୁ ସଶକ୍ତିକରଣ କରୁଛନ୍ତି । ଲଜ୍ୟା ନାହିଁ କି ଭୟ ବି ନାହିଁ ହେଲେ ପ୍ରକୃତି ବଦଳୁଛି ଟଙ୍କା ଖାଇବା । ଏହି ଦେଖୁନ ପୁଣି ଆଜି ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଅର୍ଥ ନେଉଥିବା ବେଳେ ଧରାପଡ଼ିଛନ୍ତି।ଶରତ ବେହେରା ନାମକ ଜଣେ ବ୍ୟକ୍ତି ହରଭଙ୍ଗାର ବାଲିଘାଟ ଠିକା ନେଇଛନ୍ତି। ତାଙ୍କର ଏକ ବାଲି ବୋଝେଇ ଗାଡ଼ିକୁ କୌଣସି କାରଣରୁ ପୁଲିସ୍ ଧରିଥିଲା ଓ ତାକୁ ଜବତ କରି ହରଭଙ୍ଗା ଥାନାରେ ରଖାଯାଇଥିଲା। ସେହି ଗାଡ଼ିକୁ ଛାଡ଼ିବା ପାଇଁ ଆଇଆଇସି ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ।ଗତକାଲି ଶରତ ୮୦ ହଜାର ଟଙ୍କା ନେଇ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଦେଇଥିଲେ। କିନ୍ତୁ ୮୦ ହଜାର ଟଙ୍କା ହବନି ବୋଲି ସେ କହିଥିଲେ। ସେଥିରେ ଆଉ ୨୦ ହଜାର ଟଙ୍କା ମିଶାଇ ଆସନ୍ତାକାଲି (ଶୁକ୍ରବାର) ଦିଅନ୍ତୁ ବୋଲି ଶରତଙ୍କୁ ଆଇଆଇସି କହିଥିଲେ। ଶରତ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ।ଆଜି ଶରତଙ୍କ ଠାରୁ ଆଇଆଇସି ପୁଷ୍ପଲତା ରାଉତରାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ବ୍ରହ୍ମପୁର ଓ ବୌଦ୍ଧର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ ବୋଲି ଜଣାପଡ଼ିଛି। ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଫୁଲବାଣୀ ନେଇଛନ୍ତି। ସେଠାରେ ତାଙ୍କୁ ଅଧିକ ଜେରା କରାଯାଇପାରେ ବୋଲି ସୂଚନା ରହିଛି।ଅନ୍ୟପକ୍ଷରେ ଆଜି ଆଉ ଜଣେ ମହିଳା ଅଧିକାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଉଛନ୍ତି ବଲାଙ୍ଗିର ଡିପିସି ଅଫିସର ସଂଯୋଜିକା ପୁଷ୍ପାଙ୍ଗିନୀ ଯୋଶୀ। ସେ ପାଟଣାଗଡ଼ ବ୍ଲକ ସୋଲବନ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମିତ୍ରଭାନୁ ମାଝୀଙ୍କ ଠାରୁ ୩ ୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।